Latest Odisha News

BREAKING NEWS

୨୦ ବର୍ଷ ପରେ ଟେଷ୍ଟରେ ହାରିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ ୨୦ ବର୍ଷ ପରେ ଟେଷ୍ଟ କ୍ରିକେଟରେ ଶୋଚନୀୟ ଭାବେ ପରାଜୟବରଣ କରିଛି । ଅଷ୍ଟ୍ରେଲିଆ ୧୦ ୱିକେଟରେ ଭାରତକୁ ସହଜରେ ପରାଜିତ କରିଛି । ଏହା ଏଲୀସା ହୀଲେଙ୍କ କ୍ୟାରିୟରର ଶେଷ ମ୍ୟାଚ ଥିଲା । ୨୦ ବର୍ଷ ମଧ୍ୟରେ ଭାରତ ୯ଟି ଟେଷ୍ଟ ମ୍ୟାଚ ଖେଳିଛି । ଏଥିରୁ ୬ରେ ବିଜୟ ହାସଲ କରିଥିବା ବେଳେ ୩ ମ୍ୟାଚ ଡ୍ର ରହିଛି । ୧୮ ଫେବୃୟାରୀ ୨୦୦୬ରେ ଆଡିଲେଡରେ ଅଷ୍ଟ୍ରେଲିଆ ନିକଟରୁ ଭାରତ ପରାଜିତ ହୋଇଥିଲା ।

ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୧୯୮ ରନରେ ଅଲଆଉଟ ହୋଇ ଯାଇଥିଲା । ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୨୩ ରନ ସଂଗ୍ରହ କରିଥିଲା । ଭାରତ ଦ୍ୱିତୀୟ ଇନିଂସରେ ୧୪୯ ରନ କରିବା ଫଳରେ ଅଷ୍ଟ୍ରେଲିଆ ସମ୍ମୁଖରେ ୨୫ ରନର ଲକ୍ଷ୍ୟ ରହିଥିଲା । ଜର୍ଜିଆ ୱାଲ ୧୬ ଓ ଫୋବୀ ଲୀଚଫିଲ୍ଡ ୧୧ ରନ କରି ଅପରାଜିତ ରହିଥିଲେ ।

Leave A Reply

Your email address will not be published.