Latest Odisha News

BREAKING NEWS

ରାୟଗଡ଼ାରେ ୭ ବର୍ଷର ଶିଶୁକୁ ହତ୍ୟା ଘଟଣାର ପର୍ଦ୍ଦାଫାସ, ଟଙ୍କା ପାଇଁ ହତ୍ୟା କରିଥିଲା ଦାଦା

ରାୟଗଡା: ରାୟଗଡା ଜିଲ୍ଲା ବିଷମ କଟକ ଥାନା ଚାଟିକଣା ଷ୍ଟେସନସାହିରେ ୭ ବର୍ଷର ଶିଶୁକୁ ହତ୍ୟା କରି ଫିଙ୍ଗି ଦେଇଥିବା ଘଟଣାର ପର୍ଦ୍ଦାଫାଶ । ମୃତ ଶିଶୁଙ୍କୁ ତାଙ୍କ ନିଜ ଦାଦା ଚନ୍ଦନ ଗନ୍ତାୟତ ହତ୍ୟା କରିଥିବା ଖୁଲାସା କରିଛି ରାୟଗଡା ପୋଲିସ । ଏନେଇ ଦାଦା ଚଦନ୍ଦ ଗନ୍ତାୟତଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି ।

ସୂଚନାମୁତାବକ, ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣା ପୁରୁଣା ଷ୍ଟେସନ ସାହିର ପୁରୁଷୋତମ ଗନ୍ତାୟତଙ୍କ ବଡ ପୁଅ ଋଷି ଗନ୍ତାୟତ । ଶୁକ୍ରବାର ସନ୍ଧ୍ୟାରେ ଋଷି ସଉଦା ଆଣିବା ପାଇଁ ନିକଟ ଦୋକାନକୁ ଯାଇଥିଲା । ହେଲେ ଆଉ ଘରକୁ ଫେରି ନଥିଲା । ଶନିବାର ସନ୍ଧ୍ୟାରେ ଋଷିର ମାମୁଁଙ୍କ ମୋବାଇଲରୁ ଏକ ଅଜଣା ନମ୍ବରରୁ ମେସେଜ ଆସିଥିଲା । ଆଉ ସେହି ମେସେଜରେ ଋଷିକୁ ଅପହରଣ କରାଯାଇଥିବା କୁହାଯାଇଥିଲା ।

୪ ଲକ୍ଷ ଟଙ୍କା ଦେଲେ ଋଷିକୁ ଛାଡି ଦିଆଯିବ ବୋଲି କୁହାଯାଇଥିଲା । ଆଉ ସକାଳ ସୁଦ୍ଧା ୪ ଲକ୍ଷ ଟଙ୍କା ନଦେଲେ ଋଷିକୁ ହତ୍ୟା କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଏପରିକି ଏ ବାବଦରେ ପୋଲିସ କି କାହାକୁ ଜଣାଇଲେ ପରିସ୍ଥିତି ସାଙ୍ଘାତିକ ହେବ ବୋଲି ଅପହରଣକାରୀ ଧମକ ଦେଇଥିଲେ । ଏହି ଘଟଣା ପରେ ପରିବାର ଲୋକେ ଋଷିକୁ ବହୁତ ଖୋଜାଖୋଜି କରିଥିଲେ । ହେଲେ ଋଷିର କିଛି ପତ୍ତା ମିଳିନଥିଲା । ଦୀର୍ଘ ସମୟ ପରେ ପୁରୁଣା ଘର ପଛପଟେ ଋଷିର ମୃତଦେହ ମିଳିଥିଲା ।

ଏହି ଘଟଣାରେ ପୋଲିସ ରିଷିଙ୍କ ଦାଦା ଚନ୍ଦନଙ୍କୁ ଅଟକ ରଖି ପଚରା ଉଚରା କରିଥିଲା । ଚନ୍ଦନ ବହୁ ଲୋକଙ୍କ ଠାରୁ ଟଙ୍କା ନେଇଥିଲା, ପରେ ନିଜ ପରିବାରକୁ ଟଙ୍କା ମାଗିବା ସହ ଘରର ସୁନା ବନ୍ଧକ ରଖି ଅନଲାଇନ ଗେମ୍ ଖେଳିଥିଲା । ଏପରିକି ଚନ୍ଦନ ନିଜ ମା’ଙ୍କ ଆକାଉଣ୍ଟକୁ ଆସିଥିବା ଧାନ ବିକ୍ରି ଟଙ୍କା ମଧ୍ୟ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରାଇଥିଲା । ଯାହାକୁ ନେଇ ଘରେ କଳହ ଲାଗି ରହିଥିଲା । ତେବେ ଉକ୍ତ ଘଟଣାକୁ ନେଇ ଉତକ୍ଷିପ୍ତ ହୋଇ ପୁତୁରାକୁ ହତ୍ୟା କରିଥିବା ସ୍ବିକାର କରିଛି ଅଭିଯୁକ୍ତ ଚନ୍ଦନ ।

Leave A Reply

Your email address will not be published.