ବ୍ରହ୍ମପୁର: ରାଜ୍ୟରେ ଥମିବାର ନାଁ ଧରୁନି ଗଞ୍ଜେଇ ଚୋରା ଚାଲାଣ । ପୋଲିସ ଓ ଅବକାରୀ ବିଭାଗ ଡାଳେ ଡାଳେ ଗଲେ ଗଞ୍ଜେଇ ଚୋରା ଚାଲାଣକାରୀ ପତ୍ରେ ପତ୍ରେ ଯାଉଛନ୍ତି । ବିଭିନ୍ନ ସ୍ଥାନରେ ଚଢାଉ କରି ଅନେକ ସମୟରେ ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ଧରିବାରେ ସପଳ ହେଉଛନ୍ତି ଅବକାରୀ ବିଭାଗ । ହେଲେ ମଧ୍ୟ ନୂଆ ଫନ୍ଦିରେ ଗଞ୍ଜେଇ ଚୋରାଚାଲାଣ କରୁଛନ୍ତି ମାଫିଆ ।
ସେହିପରି, ପୁଣି ଏକ ଘଟଣା ସାମ୍ନାକୁ ଆଶିଛି ବ୍ରହ୍ମପୁରରେ । ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଛି ଅବକାରୀ ବିଭାଗ । ଏହି ଚଢାଉରେ ୧୧୧ କେଜିର ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଏହାସହ ଦୁଇଟି କାର୍, ଗୋଟି ମୋଟର ସାଇକେଲ, କଣ୍ଟେନର ମଧ୍ୟ ଜବତ କରିଛି ଅବକାରୀ ଟିମ୍ । ଏହି ଘଟଣାରେ ୪ଟି ମୋବାଇଲ ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ଓଡ଼ିଶାରୁ ତାମିଲନାଡୁକୁ ବେଆଇନ୍ ଭାବେ ଗଞ୍ଜେଇ ଚାଲାଣ ବେଳେ ଜାତୀୟ ରାଜପଥରେ ମାଡ଼ିବସିଲା ଅବକାରୀ ବିଭାଗ ।