Latest Odisha News

BREAKING NEWS

ଆଇପିଏଲ ୨୦୨୬: ଅଭ୍ୟାସ ସେଶନ ନେଇ ଗାଇଡଲାଇନ ଜାରୀ କଲା ବିସିସିଆଇ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ଆଉ କିଛି ଦିନ ମଧ୍ୟରେ ଆରମ୍ଭ ହୋଇଯିବ । ବିସିସିଆଇ ଏ ନେଇ କେତେକ ଗାଇଡଲାଇନ ଜାରୀ କରିଛି । ଗୋଟିଏ ନିର୍ଦ୍ଦିଷ୍ଟ ପିଚରେ ୨ଟି ଯାକ ଟିମ ଅଭ୍ୟାସ କରିପାରିବେ ନାହିଁ । କୌଣସି ଟିମ ଯଦି ଶୀଘ୍ର ଅଭ୍ୟାସ ସେଶନ ସାରିଥାଏ ତେବେ ମଧ୍ୟ ସେଠାରେ ଅନ୍ୟ ଟିମକୁ ଅନୁମତି ମିଳିବ ନାହିଁ । ପ୍ରତ୍ୟେକ ଟିମକୁ ଅଭ୍ୟାସ ପାଇଁ ନୂତନ ପିଚ ଦିଆଯିବ । ସେହିପରି କୌଣସି ଟିମ ଯଦି ଅଭ୍ୟାସ ମ୍ୟାଚ ଖେଳିବାକୁ ଚାହିଁବ ତେବେ ୩ଘଂଟା ୩୦ ମିନିଟରୁ ଅଧିକ ସମୟ ପ୍ରଦାନ କରାଯିବ ନାହିଁ ।

ପ୍ରତ୍ୟେକ ଟିମ ୨ରୁ ଅଧିକ ଅଭ୍ୟାସ ମ୍ୟାଚ ଖେଳିପାରିବ ନାହିଁ । ଏଥିପାଇଁ ମଧ୍ୟ ଫ୍ରାଂଚାଇଜକୁ ବିସିସିଆଇ ନିକଟରୁ ଅନୁମତି ଆଣିବାକୁ ପଡିବ । ସେହିପରି ଟିମ ଅଭ୍ୟାସ ମ୍ୟାଚ ମୂଖ୍ୟ ପିଚ ନିକଟରେ ଖେଳି ପାରିବ ନାହିଁ । ଯଦି ହୋମ ଫ୍ରାଚାଇଜ ଅଧିକ ଅଭ୍ୟାସ ମ୍ୟାଚ ଖେଳିବାକୁ ଚାହିଁବ ତେବେ ରାଜ୍ୟ ଆସୋସିଏଶନ ନିକଟରୁ ଅନ୍ୟ ଗ୍ରାଉଣ୍ଡର ବ୍ୟବସ୍ଥା କରିପାରିବ । ହୋମ ଫ୍ରାଂଚାଇଜ ଉଭୟ ଟିମର ଅଭ୍ୟାସ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇବ ।

Leave A Reply

Your email address will not be published.