Latest Odisha News

BREAKING NEWS

ଜମି ଭାଗ ପାଇଁ ଡବଲ ମର୍ଡର; ନିଜ ବଡ଼ ଭାଇ ଓ ମା’ଙ୍କୁ ହତ୍ୟା…

କଟକ: କଟକ ଜିଲ୍ଲା ସାଲେପୁର ଥାନା ଫୋଗଳ ଗାଁରେ ଅଭାବନୀୟ ଘଟଣା ଘଟିଛି । ଜମିବାଡି ଝଗଡାରୁ ସାନ ଭାଇ, ନିଜ ବଡ଼ ଭାଇ ଓ ମା’ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ବଡ଼ ଭାଇଙ୍କ ପୁଅ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ।

ମୃତକ ଦୁଇ ଜଣ ହେଲେ ସେକ୍ ସମସେର ଓ କୂଳସୁନ ବିବି । ଅଭିଯୁକ୍ତ ସାନ ଭାଇ ହେଲେ ସେକ୍ ପପୁ ।

ସେକ୍ ପପୁ ଫାଉଡାରେ ତାଙ୍କ ବାପା ଓ ଜେଜେମା’ଙ୍କୁ ହତ୍ୟା କରିଥିବା ମୃତକଙ୍କ ପୁଅ ଅଭିଯୋଗ କରିଛନ୍ତି ।

ଏହି ଘଟଣାରେ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ କରୁଥିବାର ସାଲେପୁର ଥାନା ଆଇଆଇସି କହିଛନ୍ତି ।

Leave A Reply

Your email address will not be published.