କୋଲକାତା: ଆଇପିଏଲ ୨୦୨୬ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ ରାଇଡର୍ସକୁ ଶକ୍ତ ଧକ୍କା ଲାଗିଛି । ଦଳର ଯୁବ ପେସ ବୋଲର ହର୍ଷିତ ରାଣା ଆଘାତ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ସିଜନରୁ ଓହରି ଯାଇଛନ୍ତି । ସେ ଆଇପିଏଲ ୨୦୨୬ରେ ନ ଖେଳିଲେ ମଧ୍ୟ ୪ କୋଟି ଟଙ୍କା ପାଇବେ । ଟି୨୦ ବିଶ୍ୱକପ ୨୦୨୬ ୱାର୍ମ ଅପ ମୁକାବିଲା ଅବସରରେ ହର୍ଷିତ ଆଘାତପ୍ରାପ୍ତ ହୋଇଥିଲେ । ଏଥିଯୋଗୁ ତାଙ୍କୁ ଟି୨୦ ବିଶ୍ୱକପରୁ ମଧ୍ୟ ଓହରିବାକୁ ପଡିଥିଲା । ଏବେ ଆଇପିଏଲରୁ ଓହରି ଯାଇଛନ୍ତି ।
ହର୍ଷିତଙ୍କୁ ୪କୋଟି ଟଙ୍କା ବିସିସିଆଇ ଦେବ । ବିସିସିଆଇ ନିୟମ ଅନୁସାରେ ସେଂଟ୍ରାଲ କଂଟ୍ରାକ୍ସରେ ଥିବା କୌଣସି ଖେଳାଳି ଯଦି ସମ୍ପୂର୍ଣ୍ଣ ସିଜନରୁ ଓହରିଯାଏ ତେବେ ମଧ୍ୟ ସମ୍ପୂର୍ଣ୍ଣ ସ୍ୟାଲେରୀ ପାଇବେ । ୨୦୧୧ ପରଠାରୁ ଏହି ନିୟମ ଲାଗୁ କରାଯାଇଛି । ତାଙ୍କ ପୂର୍ବରୁ ଦୀପକ ଚହର ଓ ରିଷଭ ପନ୍ତ ମଧ୍ୟ ଏହାର ଫାଇଦା ଉଠାଇ ପାରିଛନ୍ତି । ହର୍ଷିତ କେକେଆର ପକ୍ଷରୁ ୩୪ ମ୍ୟାଚ ଖେଳିଛନ୍ତି । ସେ ଓଭରାଲ ୪୦ ୱିକେଟ ନେଇଛନ୍ତି ।