Latest Odisha News

BREAKING NEWS

ଆନ୍ତର୍ଜାତୀୟ କ୍ରିକେଟରେ ୫ ବର୍ଷ ପୂରଣ କଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ଭାରତୀୟ ଟି୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆନ୍ତର୍ଜାତୀୟ କ୍ରିକେଟରେ ୫ ବର୍ଷ ପୂରଣ କରିଛନ୍ତି । ମୋ ପାଇଁ ନିଶ୍ଚିତ ଭାବେ ଏହା ଏକ ଅବିଶ୍ୱସନୀୟ ଯାତ୍ରା ଥିଲା ବୋଲି ସେ କହିଛନ୍ତି । ଭାରତୀୟ ଦଳର ଜର୍ସି ପିନ୍ଧିବା ମୋ ପାଇଁ ଗର୍ବର ବିଷୟ ଥିଲା । ଏବେ ଟି୨୦ ବିଶ୍ୱକପ ଜିତିବା ଖୁସୀକୁ ଦ୍ୱିଗୁଣିତ କରିଛି । ଟିମ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ସୂର୍ଯ୍ୟକୁମାର କଠିନ ସଂଘର୍ଷ କରିଥିଲେ । ଘରୋଇ କ୍ରିକେଟ ଏବଂ ଆଇପିଏଲରେ କ୍ରମାଗତ ଭଲ ପ୍ରଦର୍ଶନ କରିବା ସତ୍ୱେ ସେ ବହୂତ ବିଳମ୍ବରେ ଜାତୀୟ ଦଳରେ ସ୍ଥାନ ପାଇଥିଲେ । ସୁଯୋଗ ମିଳିବା ପରେ ସେ ଅବଶ୍ୟ ଏହାକୁ ହାତଛଡା କରି ନାହାନ୍ତି ।

ଟି୨୦ କ୍ରିକେଟର ଏହି ପୂର୍ବତନ ଏକ ନମ୍ବର ବ୍ୟାଟ୍ସମ୍ୟାନ ୧୧୩ ଟି୨୦ରେ ୩୨୭୨ ରନ କରିଛନ୍ତି । ଷ୍ଟ୍ରାଇକ ରେଟ ୩୨୭୨ ଥିବା ବେଳେ ଆଭରେଜ ୩୭ ପାଖାପାଖି ରହିଛି । ଏଥିରେ ୪ ଶତକ ଓ ୨୫ ଅର୍ଦ୍ଧଶତକ ସାମିଲ । ୧୧୭ ତାଙ୍କର ସର୍ବୋଚ୍ଚ ସ୍କୋର । ଅଧିନାୟକ ଭାବେ ସୂର୍ଯ୍ୟକୁମାର ୫୨ଟି ମ୍ୟାଚର ନେତୃତ୍ୱ ନେଇଛନ୍ତି । ଏଥିରେ ୪୦ରେ ବିଜୟ ହାସଲ କରିଥିବା ବେଳେ ୮ରେ ପରାଜିତ ହୋଇଛନ୍ତି । ସୂର୍ଯ୍ୟକୁମାରଙ୍କ ଫର୍ମରେ ଅସ୍ଥିରତା ଏବେ ପ୍ରଶଂସକଙ୍କୁ ବ୍ୟସ୍ତ ବିବ୍ରତ କରାଇଛି । ଆଗାମୀ ଦିନରେ ସେ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.