Latest Odisha News

BREAKING NEWS

ଯାଜପୁରରେ ହାତୀ ଉପଦ୍ରବ: ଉଗ୍ର ଦନ୍ତାକୁ କାବୁ କଲା ବନବିଭାଗ

ଯାଜପୁର: ଯାଜପୁର ଜିଲ୍ଲାରେ ପ୍ରାୟ ଏକ ସପ୍ତାହ ହେବ ତାଣ୍ଡବ ରଚୁଥିବା ଦନ୍ତା ହାତୀକୁ ଶେଷରେ ସୋମବାର ଦିନ ବନବିଭାଗ କାବୁ କରିବାରେ ସଫଳ ହୋଇଛି । ଦୀର୍ଘ ୮ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ସୋମବାର ସନ୍ଧ୍ୟାରେ ବନବିଭାଗ ଏହି ଦନ୍ତା ହାତୀକୁ କାବୁ କରିପାରିଛି ।

ପ୍ରାପ୍ତ ସୂଚନା ଅନୁସାରେ, ଦାନଗଦି ବ୍ଲକ କଣ୍ଟିପୁର ଜଙ୍ଗଲ ରେ ଦନ୍ତାକୁ ଦୁଇଟି ଟ୍ରଙ୍କୁଳାଇଜର ଦ୍ୱାରା କାବୁ କରାଯାଇଛି ।

ହାତୀଟିକୁ କାବୁ କରାଯାଇଥିବା ସ୍ଥାନରେ ୪ଦିନ ପର୍ଯ୍ୟନ୍ତ ଦୃଷ୍ଟି ରଖାଯିବ ସହ ହାତୀର ଚାରିକଡ଼ରେ ଗାତ ଖୋଳାଯାଇ ପାଣି ଯୋଗାଜିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତ ୮ ଦିନ ଭିତରେ ୪ ଜଣଙ୍କୁ ଏହି ହାତୀ ମାରିସାରିଥିବା ବେଳେ ବନବିଭାଗ ହାତୀକୁ ଧରିବାରେ ଅକ୍ଷମତା ଯୋଗୁଁ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ହାତୀ ଘଉଡାଇବା, ଓ ଧନଜୀବନ ସୁରକ୍ଷା ଦାବିରେ ମିଲଟାରୀ ଛକ ଓ ମାନପୁର ଓଭରବ୍ରିଜ ନିକଟରେ ଉତ୍ୟକ୍ତ ହୋଇ ଟାୟାର ଜାଳି ରାସ୍ତାରୋକ କରିଥିଲେ ।

Comments are closed.