Latest Odisha News

BREAKING NEWS

ରାଜ୍ୟସଭା ନିର୍ବାଚନରେ ବିଜୟୀ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

ଭୁବନେଶ୍ବର: ସରିଲା ଭୋଟ୍‌ ଗଣତି । ହାଇଭୋଲ୍ଟେଜ ଲଢେଇ ଭିତରେ ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ଫଳ । ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ଦିଲ୍ଲୀପ ରାୟ ଓ ସଂନ୍ତୃପ୍ତ ମିଶ୍ର । ହାରିଲେ ଦତ୍ତେଶ୍ବର ହୋତା । ସଂତୃପ୍ତଙ୍କୁ ୩୧ଟି ଭୋଟ୍‌ ମିଳିଥିବାବେଳେ ଦିଲ୍ଲୀପ ରାୟଙ୍କୁ ୩୪ଟି ଭୋଟ୍‌ ମିଳିଛି । ସେହିପରି ଦତ୍ତ୍ୱେଶ୍ୱରଙ୍କୁ ୨୩ଟି ଭୋଟ ମିଳିଥିବାଳେ ସୁଜିତଙ୍କୁ ୨୯ଟି ଭୋଟ୍‌ ମିଳିଛି ।

ରାଜ୍ୟସଭା ନିର୍ବାଚନ ପାଇଁ ୪ଟି ଆସନ ପାଇଁ ୫ ପ୍ରାର୍ଥୀ ନିର୍ବାଚନ ଲଢିଥିଲେ । ରାଜ୍ୟସଭା ନିର୍ବାଚନରେ ମୋଡ ବଦଳାଇଦେଲା କ୍ରସ୍‌ ଭୋଟିଂ । ୧୧ ଜଣ ବିଧାୟକ କ୍ରସ୍‌ ଭୋଟିଂ କରିଥିବା ସୂଚନା । ମନମୋହନ ସାମଲଙ୍କୁ ୨୯୪୧, ସୁଜିତ କୁମାରଙ୍କୁ ୨୯୪୧, ସଂତୃପ୍ତ ମିଶ୍ରଙ୍କୁ ୩୧୦୦, ଦିଲ୍ଲୀପ ରାୟଙ୍କୁ ୩୪୧୮ ଓ ଦତ୍ତେଶ୍ୱର ହୋତା ଙ୍କୁ ୨୩୦୦ ମିଳିଥିବା ଜଣାଯାଇଛି ।

କ୍ରସ୍‌ ଭୋଟିଂକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଷିଥିଲେ। ଯେଉଁମାନେ କ୍ରସ୍‌ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ ରେକର୍ଡ ରହିଛି । ସେମାନଙ୍କର ବାପାମାନେ ଜେଲ୍‌ରେ ରହିଛନ୍ତି । ବିଜେପି ଘୋଡ଼ା ବେପାର କରୁଛି ବୋଲି ପୂର୍ବରୁ କହିଆସୁଥିଲି ବୋଲି କହିଥିଲେ ନବୀନ । ନବ ମଲ୍ଲିକଙ୍କୁ ନେଇ ବିଧାନସଭାରେ ଲାଗିଥିଲା ଗଣ୍ଡଗୋଳ । ମୁହାଁମୁହିଁ ହୋଇଥିଲେ ଶାସକ ଏବଂ ବିରୋଧୀ ।

Leave A Reply

Your email address will not be published.