Latest Odisha News

BREAKING NEWS

Credit Card Users: କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କୁ ଝଟକା

ନୂଆଦିଲ୍ଲୀ: ଯଦି ଆପଣ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବଦଳୁଥିବା ଆର୍ଥିକ ସ୍ଥିତି ମଧ୍ୟରେ ବ୍ୟାଙ୍କଗୁଡିକ ଏବେ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କୁ ବଡ଼ ଝଟକା ଦେଇଛନ୍ତି । କାର୍ଡରେ ମିଳୁଥିବା ରିୱାର୍ଡ ପଏଣ୍ଟ ଏବଂ ଅଫର୍ସରେ ବଡ଼ ଧରଣର କାଟ୍ କରିଛନ୍ତି ବିଭିନ୍ନ ବ୍ୟାଙ୍କ ।

ବ୍ୟାଙ୍କ ମାନେ ଏବେ କ୍ରେଡିଟ୍ କାର୍ଡ ସୁବିଧାରେ କଟକଣା ଲଗାଇଛନ୍ତି । ବିମାନବନ୍ଦର ଲାଉଞ୍ଜ୍ ଆକ୍ସେସ୍, ମାଗଣା ମୁଭି ଟିକେଟ୍ ଏବଂ ରିୱାର୍ଡ ପଏଣ୍ଟ ଭଳି ସୁବିଧାଗୁଡ଼ିକୁ କମାଇ ଦିଆଯାଇଛି। କେବଳ ସେତିକି ନୁହେଁ, ଏହି ସୁବିଧା ପାଇବା ପାଇଁ ଏବେ ଆପଣଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

କେଉଁ ବ୍ୟାଙ୍କ କ’ଣ ବଦଳାଇଲା ?
ଆମେରିକାନ୍ ଏକ୍ସପ୍ରେସ୍ : ୯ ମାର୍ଚ୍ଚରୁ ଏହାର ପ୍ଲାଟିନମ୍ ଟ୍ରାଭେଲ କାର୍ଡରେ ରିୱାର୍ଡ ଅଧା କରିଦେଇଛି । ପୂର୍ବରୁ ୧.୯ ଲକ୍ଷ ଟଙ୍କା ଖର୍ଚ୍ଚରେ ୧୫,୦୦୦ ପଏଣ୍ଟ ମିଳୁଥିବା ବେଳେ, ଏବେ ମାତ୍ର ୭,୫୦୦ ପଏଣ୍ଟ ମିଳିବ। ସେହିପରି ‘ତାଜ୍ ଭାଉଚର୍’ ପାଇବା ପାଇଁ ଏବେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିବ ।
SBI କାର୍ଡ: ବାର୍ଷିକ ୮ଟି ଲାଉଞ୍ଜ୍ ଭିଜିଟ୍ ସୁବିଧାକୁ କମାଇ ଏବେ ୪ଟି କରିଦିଆଯାଇଛି ।
ICICI ବ୍ୟାଙ୍କ: ପ୍ଲାଟିନମ୍ କାର୍ଡରେ ମିଳୁଥିବା ମାଗଣା ମୁଭି ଟିକେଟ୍ ସୁବିଧାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି ।
Axis ବ୍ୟାଙ୍କ: କାର୍ଡ ବନ୍ଦ କରିବାର ୩୦ ଦିନ ମଧ୍ୟରେ ହିଁ ରିୱାର୍ଡ ପଏଣ୍ଟ ଶେଷ ହୋଇଯିବାର ନୂଆ ନିୟମ ଆଣିଛି ।
Scapia କାର୍ଡ: ଲାଉଞ୍ଜ୍ ସୁବିଧା ପାଇବା ପାଇଁ ମିନିମମ୍ ଖର୍ଚ୍ଚ ସୀମା ୧୦,୦୦୦ ରୁ ବଢ଼ାଇ ୨୦,୦୦୦ ଟଙ୍କା କରାଯାଇଛି ।
HDFC ବ୍ୟାଙ୍କ ମଧ୍ୟ ରିୱାର୍ଡ କମାଇବାକୁ ନିଷ୍ପତ୍ତି ନେଇଥିଲା, କିନ୍ତୁ ଗ୍ରାହକଙ୍କ ପ୍ରବଳ ବିରୋଧ ଯୋଗୁଁ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛି ।

ଯଦି ଆପଣ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଖର୍ଚ୍ଚ କରିବା ପୂର୍ବରୁ କାର୍ଡର ନୂଆ ନିୟମ ଓ ସର୍ତ୍ତାବଳୀକୁ ଭଲ ଭାବେ ପଢ଼ି ନିଅନ୍ତୁ । କାରଣ ଏବେ କ୍ରେଡିଟ୍ କାର୍ଡରୁ ପୂର୍ବ ଭଳି ଫାଇଦା ପାଇବା ସହଜ ହେବ ନାହିଁ ।

Leave A Reply

Your email address will not be published.