Latest Odisha News

BREAKING NEWS

RI office: ବେଆଇନ କାର୍ଯ୍ୟ କରିବାକୁ ମନା କଲେ RI…ଘୋଷାଡ଼ି ଘୋଷାଡ଼ି ପିଟିଲେ ଯୁବକ; ଥାନାରେ ଅଭିଯୋଗ

ଭଦ୍ରକ: ଅଫିସ୍‌ ଭିତରେ ପଶି RIଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ଯୁବକ । ତାହା ପୁଣି ଦିନ ଦ୍ୱିପହରେ। ପୁଣି ଅଫିସ ଗୃହରୁ ଘୋଷାଡ଼ି ଘୋଷାଡ଼ି ବାହାରକୁ ନେଇ ମାଡ଼ ମାରିଛନ୍ତି । ଆରଆଇଙ୍କୁ ମାଡ ମାରୁଥିବାର ଭିଡିଓ ଭାଇରାଲ ହେଉଛି ।ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି ତହସିଲ ଅଧିନସ୍ଥ ସାରଣା ନିରୀକ୍ଷକ କାର୍ଯ୍ୟାଳୟରେ।

ଆରଆଇ ତାପସ ରଞ୍ଜନ ଜେନା ଅଫିସରେ କାର୍ଯ୍ୟ କରୁଥିବା ସମୟରେ ଭୂଇଁବୃତ୍ତି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ସର୍ବେଶ୍ୱର ଦାସଙ୍କ ପୁଅ ସୁବାସ ଦାସ ନାମକ ଜଣେ ଯୁବକ ଆରଆଇ ଅଫିସକୁ ଯାଇ କିଛି ବେଆଇନ କାର୍ଯ୍ୟ କରିବା ପାଇଁ କହିଥିଲେ। କିନ୍ତୁ ଆରଆଇ ତାପସ ତାଙ୍କୁ ମନା କରି ଦେବାରୁ ସୁବାସ ଅତର୍କିତ ଭାବେ ଆକ୍ରମଣ କରିଥିଲେ।

ଆରଆଇ ତାପସ ରଞ୍ଜନ ଜେନାଙ୍କ ଦେହ ଅସୁସ୍ଥ ହେବାରୁ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ନ୍ୟାୟ ପାଇଁ ଆରଆଇ ଚାନ୍ଦବାଲି ଥାନାରେ ଓ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

ଏହି ଘଟଣାରେ ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ କହିଛନ୍ତି ଏଭଳି କାଣ୍ଡ ଘଟାଇ ଥିବା ବ୍ୟକ୍ତି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସେହିପରି ଫେବୃୟାରୀ ମାସରେ ବାଲେଶ୍ବର ଜିଲ୍ଲା ବାଲିଆପାଳ ତହସିଲ ଅଧିନ ଶ୍ରୀରାମପୁର ଆରଆଇ ସରୋଜିନୀ ଟୁଡୁଙ୍କୁ ବାଲି ମାଫିଆ ମାନେ ଆକ୍ରମଣ କରିଥିଲେ । ବାଲିଆପାଳ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ ପାଳପଡ଼ାଠାରେ ବେଆଇନ ବାଲି ଉତ୍ତୋଳନ ହେଉଥିଲା ଖବର ପାଇ ଆରଆଇ ଚଢ଼ାଉ କରିଥିଲେ । ଏହି ଚଢଉ ବେଳେ ବାଲିମାଫିଆ ଆକ୍ରମଣ କରିଥିଲେ ।

Leave A Reply

Your email address will not be published.