Latest Odisha News

BREAKING NEWS

ଜଙ୍ଗଲରୁ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ…

ଢେଙ୍କାନାଳ: ଯୁକ୍ତ ଦୁଇ ପଢ଼ୁଥିବା ଜଣେ ଛାତ୍ରୀଙ୍କ ମୃତଦେହ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର ହୋଇଛି । ପାରିପାର୍ଶ୍ଵିକ ପରିସ୍ଥିତିରୁ ଛାତ୍ରୀ ଜଣକୁ ଦୁଷ୍କର୍ମ ପରେ ହତ୍ୟା କରଯାଇଥିବା ନେଇ ସନ୍ଦେହ କରାଯାଉଛି l

ସୂଚନା ଅନୁସାରେ ନାବାଳିକାଜଣକ କାମାକ୍ଷାନଗର କଲେଜରେ ପଢୁଥିବାବେଳେ ଗତକାଲି କଲେଜରେ ପରୀକ୍ଷା ଦେବାପରେ ଘରକୁ ଫେରିନଥିଲେ l ରାତିରେ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଆଜି ସକାଳୁ ନାବାଳିକାଙ୍କ ମୃତଦେହ ଜଙ୍ଗଲ ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା l

ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି । ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ନେଇ ସନ୍ଦେହ କରାଯାଉଛି ।

Leave A Reply

Your email address will not be published.