ଚେନ୍ନାଇ: ଆଇପିଏଲ ୨୦୨୬ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସକୁ ବଡ ଝଟକା ଲାଗିଛି । ପେସ ବୋଲର ନାଥାନ ଏଲିସ ଟୁର୍ଣ୍ଣାମେଟରୁ ଓହରି ଯାଇ ପାରନ୍ତି । ଅଷ୍ଟ୍ରେଲିଆର ଏହି ଯୁବ ପେସ ବୋଲର ବିଗ ବ୍ୟାଶ ଲିଗ ଅବସରରେ ଆଘାତପ୍ରାପ୍ତ ହୋଇଥିଲେ । ସେ ସମ୍ପୂର୍ଣ୍ଣ ଭାବେ ଫିଟ ହୋଇ ନାହାନ୍ତି । ଡାକ୍ତର ତାଙ୍କୁ ବିଶ୍ରାମ ପାଇଁ ପରାମର୍ଶ ଦେଇଛି । ଚେନ୍ନାଇର ସିଇଓ ଏମ.ବିଶ୍ୱନାଥନ ମଧ୍ୟ ଏଲିସଙ୍କ ରିକଭରିରେ ଡେରୀ ହେଉଛି ବୋଲି କହିଛନ୍ତି । ଖୁବ ଶୀଘ୍ର ତାଙ୍କ ବଦଳ ଖେଳାଳିଙ୍କ ନାମ ଘୋଷଣା କରାଯିବ ବୋଲି ସେ କହିଛନ୍ତି ।
ଚେନ୍ନାଇ ଡେଥ ଓଭରରେ କେତେକ ସିଜନରେ ମଥୀଷା ପଥୀରନାଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ଥିଲା । ଖରାପ ପ୍ରଦର୍ଶନ ଯୋଗୁ ଟିମ ତାଙ୍କୁ ଏଥର ରିଲିଜ କରିଦେଇଛି । ଚେନ୍ନାଇ ଟିମ ସହିତ ଖୁବ ଶୀଘ୍ର ବିଦେଶୀ ଖେଳାଳିମାନେ ଯୋଗ ଦେବେ । ଏହି ଅବସରରେ ଫ୍ରାଂଚାଇଜରଙ୍କ ପକ୍ଷରୁ ନୂଆ ଓ ପୂରୁଣା ଖେଳାଳିଙ୍କୁ ନେଇ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।