Latest Odisha News

BREAKING NEWS

‘ମୋ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସହ ମୋର ଲଢ଼େଇ…ମୁଁ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଲି’

ଭୁବନେଶ୍ବର:କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଲେ ସୁବାସିନୀ ଜେନା । ସୁବାସିନୀ ଜେନା କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି ।ଗୋଟିଏ ଭୋଟ୍‌ ସଂତୃପ୍ତ ମିଶ୍ରଙ୍କୁ ଦେଇଛି ।ଦ୍ବିତୀୟ ଭୋଟଟି ଦିଲ୍ଲୀପ ରାୟଙ୍କୁ ଦେଇଛି।

ଦିଲ୍ଲୀପ ରାୟଙ୍କୁ ଏଥିପାଇଁ ଦେଲି ଯେହେତୁ ମୋ ନିର୍ବାଚନ ମଣ୍ଡଳୀ ବସ୍ତାରେ କଂଗ୍ରେସ ସହିତ ମୋର ଲଢେଇ । ସେଥିପାଇଁ ମୋ ବିବେକ ଅନୁଯାୟୀ ଭୋଟ ଦେଇଛି। ତେଣୁ ମୁଁ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ନାହିଁ । ପ୍ରଥମ ପସନ୍ଦ ଓ ଦ୍ବିତୀୟ ପସନ୍ଦ ଭୋଟ୍ ନେଇ ପ୍ରଶ୍ନକୁ ସେ ଏଡ଼ାଇଛନ୍ତି ।

ସୂଚନାଯୋଗ୍ୟ ଯେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ସୁବାସିନୀଙ୍କ ସ୍ବାମୀ ରବୀନ୍ଦ୍ର ଜେନା ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ଫଳରେ ସୁବାସିନୀ ନିର୍ବାଚନରେ କାହାକୁ ଭୋଟ ଦେବେ ତାହାକୁ ନେଇ ଚର୍ଚ୍ଚା ହୋଇଥିଲା । ସେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି ସୁବାସିନୀ କହିଥିଲେ।
ଏପରିକି ନବୀନ ନିବାସରେ ଅନୁଷ୍ଠିତ ବୈଠକରେ ଯୋଗ ଦେଉଥିଲେ। କିନ୍ତୁ ଭୋଟ ଦିନ ସେ କ୍ରସ୍ ଭୋଟିଂ କରି ଦିଲ୍ଲୀପ ରାୟକୁ ଭୋଟ ଦେଇଥିଲେ। ବିଜେଡି ତରଫରୁ ତାଙ୍କୁ ସୋ କଜ୍ ନୋଟିସ୍ ମଗାଯାଇଛି । ଆସନ୍ତାକାଲି ସୁଦ୍ଧା ସେ ତାଙ୍କ ଜବାବ ରଖିବେ ବୋଲି ଦଳ ପକ୍ଷରୁ ଜାରି ନୋଟିସରେ କୁହାଯାଇଛି ।

 

 

Leave A Reply

Your email address will not be published.