କଟକ: ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଓରେଡା(Odisha Renewable Energy Development Agency (OREDA)) ସହକାରୀ ନିର୍ଦ୍ଦେଶକ ସୀମାଦ୍ରୀ ଶ୍ରୀକାନ୍ତ ରାଓ । କଟକ ୱାଲମୀ( WALMI (Water and Land Management Institute)ରେ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ ବକେୟା ଅର୍ଥ ରିଲିଜ ପାଇଁ ଲାଞ୍ଚ ମାଗୁଥିଲେ। ସହକାରୀ ନିର୍ଦ୍ଦେଶକ ୩୦ ହଜାର ଲାଞ୍ଚ ଦାବି କରିଥିଲେ କିନ୍ତୁ ଆଲୋଚନା ପରେ ୧୦ ହଜାର ଟଙ୍କାରେ ରାଜି ହୋଇଥିଲେ ।
ଲାଞ୍ଚ ଦାବିରେ କ୍ଷୁବ୍ଧ ହୋଇ କାର୍ଯ୍ୟନିର୍ବାହୀ ବ୍ୟକ୍ତି ଏହି ବିଷୟରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିଥିଲେ । ଏହା ପରେ, ଆଜି ଓଡ଼ିଶା ଭିଜିଲାନ୍ସର ଏକ ଦଳ କାର୍ଯ୍ୟକାରୀଙ୍କଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ସହକାରୀ ନିର୍ଦ୍ଦେଶକ ରାଓଙ୍କୁ ଗିରଫ କରିଛି ।
ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିଛି । ଟ୍ରାପ ପରେଭିଜିଲାନ୍ସ ତିନୋଟି ସ୍ଥାନରେ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ।