କୋରାପୁଟ: ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ନନ୍ଦପୁର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟରେ ଭୟଙ୍କର ସଡକ ଦୁର୍ଘଟଣା। ଗଛକୁ ପିଟି ହେଲା କାର। ମର୍ମନ୍ତୁଦ ଦୁର୍ଘଟଣାରେ ୨ ମୃତ। ଗୋଟିଏ କାର ୨ ଆରୋହୀଙ୍କୁ ନେଇ ନନ୍ଦପୁର ଆଡୁ ପାଡ଼ୁଆକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ର ଆମ୍ବ ଗଛକୁ ଧକ୍କା ଦେଇଥିଲା। ଦୁର୍ଘଟଣାର ଭୟାବହତା ଭୟଙ୍କର ଥିଲା। ଦୁର୍ଘଟଣାରେ ଗାଡ଼ିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
ଆରୋହୀମାନେ ଗାଡ଼ି ଭିତରେ ଅଟକି ରହିଥିଲେ। ନନ୍ଦପୁର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି। ମୃତକ ମାନେ ହେଲେ ବାଇଲଗୁଡା ଗାଁର ଲବ ଖରା ଓ ଖୁଡୁବ ଗାଁର ଅନନ୍ତ ପାଙ୍ଗି। ଘଟଣାସ୍ଥଳରେ ନନ୍ଦପୁର ପୋଲିସ ପହଞ୍ଚି ତଦନ୍ତ କରିଛି।