Latest Odisha News

BREAKING NEWS

୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ଵର: ଶିଳ୍ପାନୁଷ୍ଠାନ ଉପରେ ବଡ଼ ଆକ୍ସନ ନେଲେ ରାଜ୍ୟ ସରକାର । ୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ସରକାର । ଜମି ନେଇ ଶିଳ୍ପ କରୁନଥିବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୭ଟି ଶିଳ୍ପାନୁଷ୍ଠାନ ଜମି ଆବଣ୍ଟନ ରଦ୍ଦ ହୋଇଛି । ୫ଟି ମାମଲା କୋର୍ଟରେ ବିଚାରାଧୀନ ରହିଥିବାବେଳେ, ବନ୍ଦ ଥିବା ୯୧୪ ସଂସ୍ଥାରୁ ଇଡ୍‌କୋ ନିୟମ ଅନୁଯାୟୀ ୬୬୫ଟି ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି ।

ସେଥିମଧ୍ୟରୁ ୨୬୭ଟି ଶିଳ୍ପ ସଂସ୍ଥାର ଜମି ଆବଣ୍ଟନ ରଦ୍ଦ କରାଯାଇଛି। ଆବଣ୍ଟନ ରଦ୍ଦ ମଧ୍ୟରୁ ୮୧ଟି ଶିଳ୍ପ ସଂସ୍ଥା ବିରୋଧରେ ଇୟୁଓ ମାମଲା ରହିଛି । ଶୁକ୍ରବାର ବିଧାନସଭାରେ ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ।

୬ଟି ଶିଳ୍ପ ସଂସ୍ଥା ଜମି ଆବଣ୍ଟନ ବିରୁଧ ମାମଲା କୋର୍ଟରେ ବିଚାରଧିନ ରହିଛି । ଏଥିସହ ବିଭିନ୍ନ କାରଣରୁ ଜମି ନେଇ ୬୪୦ ଶିଳ୍ପ ସଂସ୍ଥା ନଚଳାଇ ପରିବାରୁ ଅନ୍ୟ ସଂସ୍ଥାକୁ ସେହି ଜମି ଲିଜ୍ ଆକାରରେ ଦିଆଯାଇଛି ।

Leave A Reply

Your email address will not be published.