ଭୁବନେଶ୍ବର: ଗ୍ରାହକଙ୍କ ପାଇଁ ଖୁସି ଖବର । ଖସିଲା ସୁନା, ରୂପା ଦର । ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୫,୯୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧,୩୩,୮୦୦ ଟଙ୍କାକୁ ପହଞ୍ଚିଛି ।
ଗତକାଲି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୮,୯୧୦ଟଙ୍କା ରହିଥିଲା । ୨,୯୪୦ଟଙ୍କା କମ୍ ହୋଇ ଆଜି ୧,୪୫,୯୭୦ ଟଙ୍କା ରହିଛି । ସେହିପରି ଗତକାଲି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧,୩୬,୫୫୦ଟଙ୍କା ରହିଥିଲା । ଆଜି ୨,୭୫୦ଟଙ୍କା କମ୍ ହୋଇ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧,୩୩,୮୦୦ଟଙ୍କା ହୋଇଛି ।
ଗତକାଲି ୧୮ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୧୧,୭୩୦ଟଙ୍କା ରହିଥିଲା । ଆଜି ୨,୨୫୦ଟଙ୍କା କମ୍ ହୋଇ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୦୯,୪୮୦ଟଙ୍କା ରହିଛି ।
ସେହିପରି ଆଜି ରୂପା ୧୦ ଗ୍ରାମ ପିଛା ୨,୫୦୦ଟଙ୍କା ରହିଛି । ଗତକାଲି ୨,୬୦୦ଟଙ୍କା ରହିଥିଲା ।