ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷାର ପ୍ରଭାବ ଜାରି ରହିଛି। ଗତକାଲି ଝାରସୁଗୁଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଏଥିସହ ରାଜ୍ୟର କିଛି କିଛି ସ୍ଥାନର ସର୍ବୋଚ୍ଚ ଦିନ ତାପମାତ୍ରା ୪ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିଛି। ଆଜି ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ମୟୂରଭଞ୍ଜ ଓ କେନ୍ଦୁଝରରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କର ଯାଇଛି। ଏଣୁ ଏହି ଦୁଇ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାଣ୍ଡିଂ ଜାରି ହୋଇଛି।
ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ଦିନ ତାପମାତ୍ରା ଆହୁରି ୨ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିପାରେ। ପବନ ବି ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ବହିବ! ପରିବେଶ ମନୋରମ ରହିବ। ଏହାପରେ ରାଜ୍ୟରେ ପାଗ ଶୁଖିଲା ରହିବ। ଖରା, ଗରମ ବଢ଼ିବ। ଦିନ ତାପମାତ୍ରା ପରବର୍ତ୍ତୀ ୩ ଦିନରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ବୋଲି ସୂଚନା ମିଳିଛି। ଆଜି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ସର୍ବୋଚ୍ଚ ଦିନ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୨୧ ଡିଗ୍ରି ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
BREAKING NEWS
- ଏନସିବି କର୍ମଚାରୀଙ୍କୁ ଗାଡ଼ିଧକ୍କା କରି ମାରିଦେବାକୁ ଉଦ୍ୟମ, ୩ ଗଞ୍ଜେଇ ମାଫିଆ ଗିରଫ
- ଆମେରିକା, କାନାଡା ଏବଂ ଅଷ୍ଟ୍ରେଲିଆ ସମେତ ବିଶ୍ୱର ୯ ହଜାର ବିଶ୍ୱବିଦ୍ୟାଳୟ ଉପରେ ସାଇବର ଆଟାକ୍
- ଭିଜିଲାନ୍ସ ଜାଲରେ ଚାନ୍ଦବାଲି ସବ-ଟ୍ରେଜେରୀ ଅଫିସର ପୂର୍ବତନ କର୍ମୀ, ୮ କୋଟି ହେରଫେର ଅଭିଯୋଗ
- Balianta Lynching:ବାଲିଅନ୍ତା ଭିଡ଼ ହତ୍ୟା ଘଟଣା:୪ ପୋଲିସ ସସ୍ପେଣ୍ଡ୍
- ପରାଜୟ ପରେ ମମତା ବାନାର୍ଜୀଙ୍କୁ ଶକ୍ତ ଧକ୍କା; ତୃଣମୂଳ କଂଗ୍ରେସରେ ଆରମ୍ଭ ହେଲା ବିଦ୍ରୋହ
- ପ୍ରଧାନମନ୍ତ୍ରୀ ମୋଦୀଙ୍କ କନଭୟ ରୁଟରୁ ଜିଲୋଟିନ ଷ୍ଟିକ ଜବତ; ଜଣେ ସନ୍ଦିଗ୍ଧ ଗିରଫ
- ବାଲ୍କୋନୀରୁ ପଡ଼ି ପିଏଚ୍ଡି ଛାତ୍ର ମୃତ
- ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମ ସ୍ଥଳ ନିକଟରୁ ଜେଲୋଟିନ ଷ୍ଟିକ ଜବତ; ଜଣେ ସନ୍ଦିଗ୍ଧ ଗିରଫ
- ଖୋର୍ଦ୍ଧା, ପୁରୀ ସମେତ ଭିଜିବ ଏହି ଜିଲ୍ଲା…
- ବନ୍ଧୁକ ମୁନରେ ଯୁବକଙ୍କୁ ଅପହରଣ ପରେ ହତ୍ୟା!
Comments are closed.