ଭୁବନେଶ୍ୱର: ଦିନକୁ ଦିନ ମୋବାଇଲର ଚାହିଦା ବଢିବଢି ଚାଲିଛି। ବର୍ତମାନ କୁନି ପିଲାଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କ ହାତରେ ମୋବାଇଲ ରହୁଛି । କାହା କାହା ହାତରେ ୨ଟି ମୋବାଇଲ ରହିଥିବା ମଧ୍ୟ ଦେଖିବାକୁ ମିଳୁଛି। ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି ଯେ ଚଳିତବର୍ଷ ଜାନୁଆରି ମାସରେ ଓଡ଼ିଶାର ମୋଟ ମୋବାଇଲ୍ ଫୋନ୍ ଗ୍ରାହକଙ୍କ ସଂଖ୍ୟା ୩.୭୫ କୋଟି ଟପିଛି। ଜାନୁଆରି ମାସରେ ୨,୫୬,୦୩୩ ଜଣ ଗ୍ରାହକ ଯୋଡ଼ି ହେବା ଫଳରେ ମୋଟ ଗ୍ରାହକଙ୍କ ସଂଖ୍ୟା ୩,୭୫,୧୮,୩୩୧ରେ ପହଞ୍ଚିଛି।
ରାଜ୍ୟରେ ବର୍ତ୍ତମାନ ରାଷ୍ଟ୍ରାୟତ୍ତ କମ୍ପାନି ବିଏସ୍ଏନ୍ଏଲ୍ ସମେତ ମୋଟ ୪ଟି କମ୍ପାନି ମୋବାଇଲ୍ ଫୋନ୍ ସେବା ଯୋଗାଉଛନ୍ତି। ସେମାନଙ୍କ ମଧ୍ୟରୁ ରିଲାଏନ୍ସ ଜିଓର ଗ୍ରାହକ ଜାନୁଆରିରେ ସର୍ବାଧିକ ୧,୫୭,୩୦୨ ବଢ଼ିଥିବାବେଳେ ଏୟାରଟେଲ୍ର ୧,୦୭,୩୧୦ ଗ୍ରାହକ ବଢ଼ିଛନ୍ତି । ଅନ୍ୟପକ୍ଷରେ ଜାନୁଆରିରେ ଭୋଡାଫୋନ ଆଇଡିଆ ଏବଂ ବିଏସ୍ଏନ୍ଏଲ୍ର ଗ୍ରାହକ କମିଛନ୍ତି। ବିଏସ୍ଏନ୍ଏଲ୍ର ମୋବାଇଲ୍ ଫୋନ୍ ଗ୍ରାହକ ସଂଖ୍ୟା ୫୧୭୧ ହ୍ରାସ ପାଇ ୫୫, ୧୩, ୧୮୩ରେ ଏବଂ ଭୋଡାଫୋନ୍ ଆଇଡିଆର ଗ୍ରାହକ ସଂଖ୍ୟା ୩୪୦୮ ହ୍ରାସ ପାଇ ୧୪,୮୬,୫୭୯ରେ ରହିଛି।
ସୂଚନା ଅନୁସାରେ, ଜାନୁଆରିରେ ଦେଶର ୨୨ଟି ସର୍କଲ ମଧ୍ୟରୁ କୋଲକାତାକୁ ଛାଡ଼ିଲେ ଅନ୍ୟ ସବୁ ସର୍କଲରେ ମୋବାଇଲ୍ ଫୋନ୍ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଜମ୍ମୁ କାଶ୍ମୀର ସର୍କଲରେ ସର୍ବାଧିକ ୧.୦୯ ପ୍ରତିଶତ ବୃଦ୍ଧି ଘଟିଛି । ଓଡ଼ିଶା ଏ କ୍ଷେତ୍ରରେ ଷଷ୍ଠ ସ୍ଥାନରେ ରହିଛି ।
ଦେଶରେ ମୋଟ ଟେଲିଫୋନ୍ ସାନ୍ଦ୍ରତା ଜାନୁଆରି ମାସ ଶେଷ ସୁଦ୍ଧା ୯୨.୨୨ ପ୍ରତିଶତ ରହିଛି। ଅର୍ଥାତ୍ ପ୍ରତି ୧୦୦ ଜଣରେ ୯୨.୨୨ ଜଣ ମୋବାଇଲ ଫୋନ୍ ବ୍ୟବହାର କରୁଛନ୍ତି। କିନ୍ତୁ ଜାତୀୟ ହାର ତୁଳନାରେ ୯ଟି ରାଜ୍ୟର ଟେଲିଫୋନ୍ ସାନ୍ଦ୍ରତା କମ୍ ରହିଛି। ସେଥିରେ ଓଡ଼ିଶା ଅନ୍ୟତମ । ଓଡ଼ିଶାରେ ଟେଲିଫୋନ ସାନ୍ଦ୍ରତା ୮୨.୧୧ ପ୍ରତିଶତ ରହିଛି। ଏ କ୍ଷେତ୍ରରେ ସବାତଳେ ବିହାର ରହିଛି। ଏଥିସହିତ ଜାନୁଆରିରେ ଓଡ଼ିଶାରେ ମୋବାଇଲ୍ ନମ୍ବର ପୋଟିଂ ପାଇଁ ୨.୫ ଲକ୍ଷ ଆବେଦନ ହୋଇଛି। ଡିସେମ୍ବରରେ ମଧ୍ୟ ୨.୫ ଲକ୍ଷ ଗ୍ରାହକ ଏଥିପାଇଁ ଆବେଦନ କରିଥିଲେ ବୋଲି ଟ୍ରାଇ ତଥ୍ୟରୁ ଜଣାଯାଇଛି।
BREAKING NEWS
- Radha Pada darshan: ଅଁଳା ନବମୀ ପାଇଁ ନୀତି ନିର୍ଘଣ୍ଟ;ସାକ୍ଷୀଗୋପାଳ ମନ୍ଦିରରେ ୧୮ରେ ମିଳିବ ରାଧାପାଦ ଦର୍ଶନ
- Madhya Pradesh Fire Tragedy: ଦୀପାବଳି ଦେଇଗଲା ଦୁଃଖ,୨ଅଗ୍ନିକାଣ୍ଡ,୨ପରିବାର,୧୨ମୃତ
- ରାଜ୍ୟର ଅଧିକାଂଶ ସ୍ଥାନରେ କମିଲା ସର୍ବନିମ୍ନ ରାତ୍ରି ତାପମାତ୍ରା, ଅନୁଭୂତ ହେଲା ହାଲୁକା ଶୀତ
- କୋଲକାତାରେ ୨୫ବର୍ଷୀୟ ଯୁବକଙ୍କୁ ହତ୍ୟା ଅଭିଯୋଗ, ଲିଭ୍-ଇନ୍ ପାର୍ଟନର ଗିରଫ
- ଦୀପାବଳି ପରେ ବିଗିଡ଼ିଲା ବାୟୁର ମାନ, ତାଳଚେରରେ ସର୍ବାଧିକ ୨୮୧ ଏକ୍ୟୁଆଇ
- ୮୮ଦିନ ସଂସଦର ମୌସୁମୀ ଅଧିବେଶନ ଚାଲିବାର ରେକର୍ଡ
- Cracker Blast:ବାଣ ଫୁଟାଇବା ବେଳେ ଅଘଟଣ:କେଉଁଠି ଛିଣ୍ଡିଗଲା ପାପୁଲି, କେଉଁଠି ବାଣ ବିସ୍ଫୋରଣରେ ଚାଲିଗଲା ନାବାଳକଙ୍କ ଜୀବନ
- ଆମେରିକା ଯୁଦ୍ଧ ନା ଶାନ୍ତି ବାଛିବ? ହ୍ୱାଇଟ୍ ହାଉସକୁ ଇରାନ ବୈଦେଶିକ ମନ୍ତ୍ରୀଙ୍କ କଡ଼ା ଚେତାବନୀ
- ୩ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ,ଶିଶୁପୁତ୍ର ମୃତ
- Indian seafarers evacuated:ସୁରକ୍ଷିତ ଭାବେ ଉଦ୍ଧାର ହେଲେ ୟେମେନରେ ଫସି ରହିଥିବା ୧୯ ଜଣ ଭାରତୀୟ ନାବିକ;ଭାରତ ଅଭିମୁଖେ ଯାତ୍ରା ଆରମ୍ଭ
Comments are closed.