Latest Odisha News

BREAKING NEWS

Radha Pada darshan: ଅଁଳା ନବମୀ ପାଇଁ ନୀତି ନିର୍ଘଣ୍ଟ;ସାକ୍ଷୀଗୋପାଳ ମନ୍ଦିରରେ ୧୮ରେ ମିଳିବ ରାଧାପାଦ ଦର୍ଶନ

ପୁରୀ:ପୁରୀ ଜିଲ୍ଲା ସତ୍ୟବାଦୀ ସାକ୍ଷୀ ଗୋପାଳ ମନ୍ଦିରରେ ଶ୍ରୀରାଧାଙ୍କ ପାଦ ଦର୍ଶନ କରିବାକୁ ଭକ୍ତଙ୍କ ନାହିଁନଥିବା ଭିଡ ଲାଗେ । କୁହାଯାଏ ଏହି ଦିନ ଶ୍ରୀରାଧା ଓଡିଆଣୀ ବେଶରେ ସଜ୍ଜିତ ହୋଇଥାନ୍ତି । ସୂଚନାଥାଉକି, ଚଳିତବର୍ଷ ସାକ୍ଷୀଗୋପାଳ ମନ୍ଦିରରେ ୧୮ରେ ପାଳନ ହେବ ଅଁଳା ନବମୀ ଓ ରାଧା ପାଦ ଦର୍ଶନ । ଏଥିପାଇଁ ସାକ୍ଷୀଗୋପାଳ ସେବାୟତ ସଂଘ ପକ୍ଷରୁ ଦେବ ନୀତି ନିର୍ଘଣ୍ଟ ହୋଇଛି । ଅଁଳା ନବମୀ ଦିନ ରାତି ୧ଟାରେ ଦ୍ବାରଫିଟା ହୋଇ ବିଭିନ୍ନ ନୀତିକାନ୍ତି କରାଯିବ । ଭୋର ୫ଟାରୁ ୬ଟା ମଧ୍ୟରେ ସେବାୟତ ଓ କର୍ମଚାରୀ ପରିବାର ଦର୍ଶନ। ସକାଳ ୬ଟାରୁ ଅପରାହ୍ନ ୫ଟା ଯାଏ ସାହାଣ ମେଲା ଓ ସର୍ବସାଧାରଣ ଦର୍ଶନ ଚାଲିବ ।

ସେହିପରି ନଭେମ୍ୱର ୨୧ ତାରିଖରେ ବଡ଼ ଏକାଦଶୀ ପାଇଁ ରାତି ୨ଟାରୁ ଦ୍ବାରଫିଟା ହେବ । ବିଭିନ୍ନ ନୀତିକାନ୍ତି ପରେ ରାତି ୩ଟାରୁ ୪ଟା ମଧ୍ୟରେ ଲକ୍ଷ୍ମୀ ନାରାୟଣ ବେଶ କରାଯିବ। ସକାଳ ୬ଟା ୩୦ ଯାଏ ସେବାୟତ ପରିବାର ଓ ମନ୍ଦିର କର୍ମଚାରୀ ଦର୍ଶନ । ପରେ ୬ଟା୩୦ରୁ ସର୍ବସାଧାରଣ ଦର୍ଶନ ହେବ।ରାତି ୧୧ଟା ୩୦ରେ ଦେବନୀତି ଆରମ୍ଭ ଓ ପହୁଡ଼ ପଡ଼ିବ ।

Leave A Reply

Your email address will not be published.