ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବଳରାମଗଡି ନିକଟରେ ଥିବା ସମୁଦ୍ରରୁ ମଙ୍ଗଳବାର ଦିନ ମାଛ ଧରିବା ବେଳେ ମତ୍ସଜୀବୀଙ୍କ ଜାଲରୁ ଏକ ବିଶାଳକାୟ ଶାଙ୍କୁଚ ମାଛ ଧରା ହୋଇଛି।
ପ୍ରାପ୍ତ ସୂଚନାନୁଯାୟୀ କିଛି ମତ୍ସ୍ୟଜୀବୀ ମାଛ ଧରୁଥିବା ବେଳେ ତାଙ୍କ ଜାଲରେ ଏହି ଦୁର୍ଲଭ ମାଛଟି ପଡିଥିଲା । ପରେ ମତ୍ସଜୀବୀମାନେ ତାକୁ ଜାଲରୁ ବାହାର କରି ବନବିଭାଗକୁ ସୂଚୀତ କରିଥିଲେ । ଉକ୍ତ ୧୫ ଫୁଟ ଲମ୍ବର ମାଛଟିର ଓଜନ ପ୍ରାୟ ୨ କୁଇଣ୍ଟାଲ୍ ହେବ ବୋଲି ଜଣାପଡିଛି ।
ପରବର୍ତ୍ତୀ ସମୟରେ ଟ୍ରଲି ସହାୟତାରେ ତାକୁ ଗୋଦାମକୁ ନିଆଯାଇଥିଲା । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପ୍ରାୟ ୩୫ ହଜାର ଟଙ୍କାରେ ଉକ୍ତ ମାଛଟିକୁ ଜଣେ ବ୍ୟବସାୟୀଙ୍କୁ ବିକ୍ରି କରାଯାଇଛି । ଆଉ କେହି କେହି ମାଛଟିକୁ ସମୁଦ୍ର ମଧ୍ୟରେ ଛାଡି ଦେଇଥିବା ନେଇ ମଧ୍ୟ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ଗତ ଡିସେମ୍ବର ମାସରେ ମଧ୍ୟ କଟକ ଜିଲ୍ଲା ନିଆଳି ବ୍ଲକ୍ତ ଅନ୍ତର୍ଗତ ବିଳାଶୁଣି କନ୍ଦଳ ନଦୀରୁ ମାଛ ଧରିବା ବେଳେ ମତ୍ସ୍ୟଜୀବୀଙ୍କ ଜାଲରୁ ଏକ ବିଶାଳକାୟ ଶାଙ୍କୁଚ ମାଛକୁ ଉଦ୍ଧାର କରାଯାଇଥିଲା ।
Comments are closed.