Latest Odisha News

BREAKING NEWS

ଡିଲ୍ ବେଳେ କଳାବାଘ ଛାଲ ଜବତ, ୯ ଗିରଫ

ମୟୂରଭଞ୍ଜ: କୁଳିଅଣା ଅଞ୍ଚଳରେ ବାଘଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ବନବିଭାଗ ପକ୍ଷରୁ ଯୋଜନାବଦ୍ଧ ଭାବେ ଚଢାଉ କରାଯାଇଥିଲା । ଘଟଣାସ୍ଥଳରୁ ଏକ କଳାବାଘ ର ଚମଡ଼ା ଜବତ କରିବା ସହିତ ଏଥିରେ ଜଡିତ ଥିବା ୯ ଅଭିଯୁକ୍ତଙ୍କୁ ଗିରଫ କରାଯଯାଇ ସୋମବାର କୋର୍ଟ ଚାଲାଣ କରାଯାଇଛି ।

ମୃତ ବାଘଟି ୩ ବର୍ଷର ହୋଇଥିବା ତଥା ଦୁଇ ମାସ ତଳେ ଶିକାର କରାଯାଇଥିବା ଆକଳନ କରିଛି ବନବିଭାଗ । କଳାବାଘ କେବଳ ଶିମିଳିପାଳ ଅଭୟାରଣ୍ୟରେ ରହିଥିବାବେଳେ କଳାବାଘ ବା’ ମିଲାନିଷ୍ଟିକ୍ ଟାଇଗର ପ୍ରତି ବିପଦ ଘନେଇଛି । ଏଥିରେ ଏକ ବଡ଼ ବାଘଛାଲ ରାକେଟ୍ କାମ କରୁଥିବା ସନ୍ଦେହରେ ବାରିପଦା ବନଖଣ୍ଡ ଅଧିକାରୀ ଓ ଶିମିଳିପାଳ ଦକ୍ଷିଣ ଡିଭିଜନର ଉପ-ନିର୍ଦ୍ଦେଶଙ୍କ ନେତୃତ୍ୱରେ ତଦନ୍ତ ଜାରି ରହିବା ସହିତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଏହି ଘଟଣାରେ ଏକ ବଡ ରାକେଟ୍ ସକ୍ରିୟ ଥିବାବେଳେ ସେମାନଙ୍କୁ ଧରିବା ପାଇଁ ବନବିଭାଗ ପକ୍ଷରୁ ଧରପକଡ ଚାଲିଛି ।

ବାରିପଦା ବନାଞ୍ଚଳରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାରିପଦା DFO ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ACF ମେହେରବାନ ଅଲ୍ଲୀ ଓ ACF ପ୍ରଦୀପ କୁମାରଦେ ପ୍ରମୁଖ ଯୋଗଦେଇ କଳା ବାଘ ଛାଲ ଜବତ ହେବା ସହ ୯ଶିକାରୀ ଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଥିଲେ ।

Leave A Reply

Your email address will not be published.