ରାୟପୁର: ବସ୍ତରରେ ଭୁଶୁଡ଼ୁଛି ମାଓଗଡ଼ । ମୋଷ୍ଟ ୱାଣ୍ଟେଡ ଟପ୍ ମାଓବାଦୀ ନେତା ପାପା ରାଓ ମଙ୍ଗଳବାର ଛତିଶଗଡ଼ ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ପାପା ରାଓ ଓଡ଼ିଶା, ମହାରାଷ୍ଟ୍ର ଏବଂ ଛତିଶଗଡ଼ରେ ସକ୍ରିୟ ରହି ମାଓବାଦୀ କାର୍ଯ୍ୟକଳାପରେ ଜଡିତ ଥିଲୋ । ତା ସହ ଅନ୍ୟ ୧୭ ଜଣ ଟପ୍ ମାଓବାଦୀ ନେତା ଆତ୍ମସମର୍ପଣ କରିଥିବା ଜଣାପଡିଛି ।
ପାପାରାଓ, ଯିଏ ସୁନାମ ଚନ୍ଦ୍ରାୟ, ମାଙ୍ଗୁ ଦାଦା ଏବଂ ଚନ୍ଦ୍ରାନ୍ନା ଭଳି ଅନେକ ଛଦ୍ମନାମରେ ମଧ୍ୟ ଜଣାଶୁଣା । ତାକୁ ବସ୍ତରର ଶେଷ ବରିଷ୍ଠ ମାଓ ନେତାମାନଙ୍କ ମଧ୍ୟରୁ ଜଣେ ଭାବରେ ବିବେଚନା କରାଯାଏ ।
୨୦୧୦ ଦନ୍ତେୱାଡାରେ ହୋଇଥିବା ମାଓବାଦୀ ଆକ୍ରମଣରେ ୭୬ଜଣ ସିଆରପିଏଫ ଯବାନ ଶହୀଦ ହେବା ସହ ଅନେକ ଆହତ ହୋଇଥିଲେ । ଏହି ଘଟଣାରେ ମାଓବାଦୀ ନେତା ପାପା ରାଓର ବଡ଼ ସମ୍ପୃକ୍ତି ରହିଥିଲା । ତା ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା ।
ପାପା ରାଓ ସ୍ତ୍ରୀ ଉର୍ମିଳା ମଧ୍ୟ ସକ୍ରିୟ ଏବଂ ପ୍ରଭାବଶାଳୀ ମାଓବାଦୀ ନେତ୍ରୀ ଥିଲା । ୨୦୨୫ ନଭେମ୍ୱର ୧୩ରେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଭିତରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ଉର୍ମିଳା ନିହତ ହୋଇଥିଲେ ।