Latest Odisha News

BREAKING NEWS

ରାଜ୍ୟରେ ୧୦୧ ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ୩୦ଟି ଜିଲ୍ଲାର ୧୦୧ଟି ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରିବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଏହି ବିଦ୍ୟାଳୟ ମାନଙ୍କରେ ପ୍ରଥମ ଶ୍ରେଣୀରୁ ଇଂଲିଶ୍ ମିଡ଼ିୟମ ସେକ୍ସନ ଖୋଲାଯିବ । ଏହି ବିଦ୍ୟାଳୟ ଗୁଡ଼ିକର ସଫ୍ଟ ଇନଫ୍ରାଷ୍ଟ୍ରକଚରର ଆବଶ୍ୟକତା ପୂରଣ ପାଇଁ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ।

ରାଜ୍ୟର ସବୁ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ସ୍ପୋକେନ୍ ଇଂଲିଶ୍ ଶିକ୍ଷା ଦିଆଯିବ । ଛାତ୍ରଛାତ୍ରୀ ମାନଙ୍କ ଆଧାର ସିଡ଼ିଂ ସୁନିଶ୍ଚିତ କରାଯିବ ।

ଏପରିକି ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡ଼ିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶାଇ ଦେବା ଏବଂ ପିଲାମାନଙ୍କୁ ସେହି ସରକାରୀ ସ୍କୁଲରେ ଭର୍ତ୍ତି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରାଥମିକ/ଉଚ୍ଚ ପ୍ରାଥମିକ/ଉଚ୍ଚ ବିଦ୍ୟାଳୟ ଗୁଡ଼ିକୁ ଯଥାକ୍ରମେ ୧ କିଲୋମିଟର /୨ କିଲୋମିଟର/୩ କିଲୋମିଟର ପରିସର ମଧ୍ୟରେ ଥିବା ସରକାରୀ ବିଦ୍ୟାଳୟରେ ମିଶାଇ ଦିଆଯିବ ।

ସ୍କୁଲ ଓ ଗଣଶିକ୍ଷା ବିଭାଗରେ ମୋ ସରକାର କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ଅଭିଭାବକ ମାନଙ୍କର ଫୋନ ନମ୍ବରକୁ ଡ଼ିଜିଟାଇଜଡ଼ କରାଯିବ । ୫-ଟି କାର୍ଯ୍ୟକ୍ରମ ଅନୁଯାୟୀ ଛାତ୍ରଛାତ୍ରୀମାନେ ଯେପରି ତାଙ୍କର ସବୁ ସାର୍ଟିଫିକେଟ୍ ଅନ୍ ଲାଇନରେ ପାଇପାରିବେ, ସେଥିପାଇଁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷକ ତାଲିମ ପ୍ରତିଷ୍ଠାନରେ ଉଚ୍ଚଶିକ୍ଷା ବିଭାଗରୁ ଅଧ୍ୟାପକ ନିଯୁକ୍ତି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.