ବ୍ରହ୍ମପୁର:ବ୍ରହ୍ମପୁର ସହରର ବଡ଼ ବଜାର ଥାନା ଅନ୍ତର୍ଗତ ପ୍ରେମ ନଗରରେ ରହୁଥିବା ଜଣେ ବ୍ୟବାସାୟୀ ପି.ରାଜ ପ୍ରଭାକର ରାଓଙ୍କ ଘରୁ ବଡ଼ ଧରଣର ଲୁଟ ଅଭିଯୋଗ ହୋଇଛି । ପ୍ରାୟ ୧ କିଲୋ ୨୦୦ ଗ୍ରାମର ଓଜନର ସୁନା ଅଳଙ୍କାର ଓ ନଗଦ ୧ ଲକ୍ଷ ୩୦ଶ ହଜାର ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ ।
ଘରର ମୁଖ୍ୟ ଗ୍ରୀଲର ତାଲା ଭାଙ୍ଗିବା ପରେ କବାଟ ଭାଙ୍ଗି ଆଲମିରରାରୁ କୋଟିଏରୁ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଲୁଟ କରିଥିବା ଥାନାରେ ଅଭିଯୋଗ କରିଛନ୍ତି ପ୍ରଭାକର ରାଓ ।
ସୂଚନାମୁତାବକ, ତାଙ୍କ ପରିବାର ଲୋକେ ୧୦ ଦିନ ହେଲା ବାହାରକୁ ଯାଇଥିଲେ । ଆଜି ଭୋର ସମୟରେ ସେ ବାହାରକୁ ଯାଇଥିବା ବେଳେ ଚୋର ପଶି ସୁନା ଓ ଟଙ୍କା ଲୁଟି ନେଇଥିବା ସେ ଅଭିଯୋଗ କରିଛନ୍ତି ।
ଏପଟେ ଅଭିଯୋଗ ପରେ ବଡ଼ ବଜାର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।