Latest Odisha News

Weather Update: ଜାରି ରହିବ କାଳବୈଶାଖୀ ପ୍ରଭାବ: ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିବ କାଳବୈଶାଖୀ ପ୍ରଭାବ। ୨୮ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା, ବଜ୍ରପାତ ସହ କେତେକ ସ୍ଥାନରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ପବନ ଆଶଙ୍କା ମଧ୍ୟ ରହିଛି । ଏହାପରେ ବି ଆସନ୍ତା ୩୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ହୋଇପାରେ । ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୮ ଜିଲ୍ଲାକୁ କାଳବୈଶାଖୀ ଆଲର୍ଟ ଜାରି ହୋଇଛି। ଏହି ସମୟରେ ବର୍ଷା, ବିଜୁଳି, ଘଡ଼ଘଡ଼ି ସହ ଝଡ଼ ପବନ ସମ୍ଭାବନା ନେଲ ସତର୍କ କରାଯାଇଯାଇଛି।

ପବନର ବେଗ ୪୦ ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ । ଗୁରୁବାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମାଲକାନଗିରି ଓ କୋରାପୁଟରେ ହାଲୁକାରୁ ମଧ୍ୟମ ବର୍ଷା ଏବଂ ଘଡ଼ଘଡ଼ି ସମ୍ଭାବନା ଅଛି। ଶୁକ୍ରବାର ଉତ୍ତର ଓଡ଼ିଶା, ଉତ୍ତର ଉପକୂଳ ଜିଲ୍ଲା ସମେତ ଦକ୍ଷିଣର କେତେକ ସ୍ଥାନରେ ବର୍ଷା ସହ ପବନ ଏବଂ ବଜ୍ରପାତ ଆଶଙ୍କା ଅଛି ।

ଅନ୍ୟପଟେ ରାଜ୍ୟରେ କଲବଲ କଲାଣି ଖରା। ଦିନ ତାପମାତ୍ରା ବଢୁଛି । ଆଗକୁ ତାତି ଆହୁରି ବଢ଼ିପାରେ । ଆସନ୍ତା ୨ ଦିନ ଭିତରେ ପ୍ରାୟ ୨ରୁ ୪ ଡିଗ୍ରୀ ସେଲସିୟସ୍ ବଢ଼ିପାରେ ଦିନର ସର୍ବୋଚ୍ଚ ତାପମାତ୍ରା । ବୁଧବାର ସୋନପୁର ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍ ଥିବାବେଳେ ଟିଟିଲାଗଡ଼ ୩୭.୫ ଡିଗ୍ରୀ ଥିଲା। ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୩୬ ଡିଗ୍ରୀ ଉପରେ ଥିଲା । ଭୁବନେଶ୍ୱର ତାପମାତ୍ରା ୩୫.୨ ଓ କଟକ ୩୪.୪ ଡିଗ୍ରୀ ଥିଲା ।

Leave A Reply

Your email address will not be published.