ଭଦ୍ରକ: ଏକ କାରରେ ଚୋରା ଚାଲାଣ ବେଳେ ଧରାପଡିଲା ଗଞ୍ଜେଇ। ଦୁଇ ଅଭିଯୁକ୍ତ ଗିରଫ। ଏହା ସହ ୪୪ କିଲୋ ଗଞ୍ଜେଇ ଜବତ କରିଛି ଭଦ୍ରକ ଅବକାରୀ ବିଭାଗ। ସୂଚନା ଅନୁଯାୟୀ, ଭଦ୍ରକ ଅବକାରୀ ବିଭାଗର ମୋବାଇଲ୍ ୟୁନିଟ୍ ନିୟମିତ ଯାଞ୍ଚ ବେଳେ ଏକ କାରକୁ ଅଟକାଇ ଥିଲେ। ଯାଞ୍ଚ ବେଳେ କାରର ଡୋର୍ ନଖୋଲିବା ସହ ଗାଡ଼ିକୁ ନେଇ ପଳାଇବାକୁ ଉଦ୍ୟମ କରିଥିଲେ।
ଏହି ସମୟରେ ଅବକାରୀ ଅଧିକାରୀ ରାଜକିଶୋର ଜେନାଙ୍କ ସହ ପୁରା ଟିମ୍ ଗାଡ଼ିକୁ ଆଡା ପକାଇ ଅଟକାଇଥିଲେ। ଏହି ସମୟରେ ଗାଡ଼ିର କାଚ ଭାଙ୍ଗି ଅବକାରୀ ଅଧିକାରୀଙ୍କ ଟିମ କାରରେ ଥିବା ୨ ଜଣଙ୍କୁ କାବୁ କରିବା ସହ କାର ଯାଞ୍ଚ ବେଳେ ୪୪ କିଲୋ ଗଞ୍ଜେଇ ଜବତ ହୋଇଥିଲା। ଗିରଫ ଦୁଇ ଅଭିଯୁକ୍ତ ଫୁଲବାଣୀ ଅଞ୍ଚଳର ହୋଇଥିବା ସୂଚନା ମିଳିଛି।
ସେହିପରି ଗଞ୍ଜେଇ ଫୁଲବାଣୀରୁ ବାଲେଶ୍ୱର ଯାଇଥିବା ସୂଚନା ଦେଇଛି ଅବକାରୀ ମୋବାଇଲ୍ ୟୁନିଟ୍। ଅବକାରୀ ଅଧିକାରୀ ନଟବର ମଲ୍ଲିକ ଏହି ଚଢାଉରେ ସାମିଲ ଥିବା ବେକେ ଅନ୍ୟ ଅବକାରୀ ଅଧିକାରୀ ମଧ୍ୟ ସାମିଲ ଥିଲେ। ଅବକାରୀ ବିଭାଗର ଏହା ଏକ ବଡ଼ ସଫଳତା ବୋଲି କୁହାଯାଉଛି।