Latest Odisha News

ଜଳସେଚନ ବିଭାଗ SDOଙ୍କ ଘରେ ଭିଜିଲାନ୍ସ ରେଡ଼: ଘରୁ ମିଳିଲା ପୁଳାପୁଳା ଟଙ୍କା

ଭଞ୍ଜନଗର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଭଞ୍ଜନଗର ଡହ ଜଳସେଚନ ବିଭାଗ ଏସଡିଓଙ୍କ ଘରେ ଭିଜିଲାନ୍ସର ଚଢ଼ାଉ। ଭଞ୍ଜନଗର ଡହ ଜଳଭଣ୍ଡାର କାର୍ଯ୍ଯାଳୟ ପୋଲସରା ଓ ବ୍ରହ୍ମପୁର ଭଳି ୫ ଟି ଜାଗାରେ ଚାଲିଛି ଚଢ଼ାଉ। ଚଢ଼ାଉରେ ସାମିଲ ଅଛନ୍ତି ଭିଜିଲାନ୍ସର ୩ ଡ଼ିଏସପି, ୭ ଇନିସ୍ପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ। ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଛି ଚଢ଼ାଉ।

ଏସଡିଓ ପଞ୍ଚୁ ବେହେରାଙ୍କ ଘରୁ ମିିଳିଲା ନଗଦ ୧୮ ଲକ୍ଷ ୯୦ ହଜାର ଟଙ୍କା। ପଞ୍ଚୁ ବେହେରାଙ୍କ ବ୍ରହ୍ମପୁର ବସନ୍ତବିହାରର ତିନି ମହଲା ଆବାସିକ ଘରେ ଚଢ଼ାଉ ହୋଇଛି । ସେହିପରି ଭଞ୍ଜନଗର ସରକାରୀ କ୍ୱାଟର ସହ ଅଫିସରେ ମଧ୍ୟ ଯାଞ୍ଚ ଚାଲିଛି । ପୋଲସରାରେ ଥିବା ପୈତୃକ ଘରେ ଭିଜିଲାନ୍ସ ରେଡ ଚାଲିଛି । ବ୍ରହ୍ମପୁର ଭୀମନଗରରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ ।

ସେହିପରି ଗତକାଲି ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ଶିକ୍ଷା ବିଭାଗର ଅଡିଟର । ତାଙ୍କ ଘରୁ ମିଳିଥିଲା ୨୮ ଲକ୍ଷ ନଗଦ ଟଙ୍କା । ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଜଣେ ଅଡିଟରଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଥିଲା । ଜଣେ କର୍ମଚାରୀଙ୍କ MACP ସ୍କିମ୍ ଅଧୀନରେ ବର୍ଦ୍ଧିତ ଦରମା ପାଇବା ପାଇଁ ଆବଶ୍ୟକ ‘ସର୍ଭିସ୍ ଭେରିଫିକେସନ୍’ କରିଦେବାକୁ ସେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ । ଗିରଫ ପରେ ଚଢ଼ାଉ କରାଯାଇ ୨୮.୭୦ ଲକ୍ଷରୁ ଅଧିକ ନଗଦ ଟଙ୍କା ଠାବ କରାଯାଇଛି ଏବଂ ସେହି ଟଙ୍କାକୁ ଭିଜିଲାନ୍ସ ଜବତ କରିଛି ।

Leave A Reply

Your email address will not be published.