Latest Odisha News

BREAKING NEWS

ଏପ୍ରିଲରେ ରିଲିଜ ହେବ ଓଡ଼ିଆ ଫିଲ୍ମ‘ବିନ୍ଦୁସାଗର’;ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ହୋଇଥିଲା ବିଶ୍ବ ପ୍ରିମିୟର

ଭୁବନେଶ୍ବର: ୫୬ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFI)ରେ ବିଶ୍ୱ ପ୍ରିମିୟର ହୋଇଥିଲା ଓଡ଼ିଆ ଚଳଚ୍ଚିତ୍ର ‘ବିନ୍ଦୁସାଗର’। ଏହି ଓଡ଼ିଆ ଫିଲ୍ମ ‘ବିନ୍ଦୁସାଗର’ ଏପ୍ରିଲରେ ରିଲିଜ ହେବାକୁ ଯାଉଛି । ଫିଲ୍ମ ଏପ୍ରିଲ ୧୦ରେ ରିଲିଜ ହୋଇଥାନ୍ତା କିନ୍ତୁ ବର୍ତ୍ତମାନ ଫିଲ୍ମର ରିଲିଜରେ ପରିବର୍ତ୍ତନ କରାଯାଇଛି । ୧୭ ଏପ୍ରିଲ, ୨୦୨୬ ଦିନ ସିନେମା ହଲରେ ଆସୁଛି ବୋଲି ପ୍ରକୃତି ମିଶ୍ର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫିଲ୍ମରେ ନୂଆ ଓ ପୁରୁଣା ପିଢ଼ିର କଳାକାରଙ୍କ ଏକ ସୁନ୍ଦର ମିଶ୍ରଣ ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Prakruti Mishra (@prakrutimishra)


ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ସ୍ୱାଇଁ । ଅଭିଷେକ ଦାସ ଏହାକୁ ଲେଖିଛନ୍ତି । ଶୀଲାଦିତ୍ୟ ବୋରା, ବିନୟ ରେଡ୍ଡି ଓ ଶୁଭ ଶେଖର ଏହାକୁ ଫ୍ରଯୋଜନା କରିଛନ୍ତି । ଏହି ଫିଲ୍ମରେ ପ୍ରକୃତି ମିଶ୍ର ଓ ଦ୍ୱିପାନ୍ୱୀତ ହାସମହାପାତ୍ର ପ୍ରଥମ ଥର ପାଇଁ ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥିସହ ସୋନାଲି ସର୍ମିଷ୍ଠା, ସତ୍ୟ ରଞ୍ଜନ, ରୋବିନ ଦାସ, କିଶୋର ସ୍ୱାଇଁ, ଜଗନ୍ନାଥ ସେଠ. ମନୋଜ, ପ୍ରଣବ ପ୍ରସନ୍ନ ରଥ, ସୁକାନ୍ତ ରଥ ଓ ମମତା ତ୍ରିପାଠୀ ପ୍ରମୁଖ ଅଭିନୟ କରିଛନ୍ତି ।

ପ୍ରକୃତି ମିଶ୍ର ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ସେୟାର କରି ଲେଖିଛନ୍ତି, ଓଡ଼ିଶାରୁ ବିଶ୍ୱ: ୧୭ ଏପ୍ରିଲରେ ବିଶ୍ୱବ୍ୟାପୀ ଥିଏଟରରେ ବିନ୍ଦୁସାଗର ରିଲିଜ ।”

ଏହି କାହାଣୀ ଜଣେ ପ୍ରବାସୀ ଭାରତୀୟ ଯୁବତୀଙ୍କ ମୂଳ ସହିତ ପୁନଃ ସଂଯୋଗର ଯାତ୍ରାକୁ ଅନୁସରଣ କରେ, ଯିଏ ଆଶାର ସନ୍ଧାନରେ ଥିବା ଏକ ଶୋକାକୁଳ ପିତାଙ୍କ ସହ ଭେଟେ । ଭାରତର ଅନ୍ୟତମ ପ୍ରାଚୀନ ଏବଂ ଆଧ୍ୟାତ୍ମିକତାରେ ସମୃଦ୍ଧ ସହର ଭୁବନେଶ୍ବରରେ ସେମାନେ ଭେଟ ହୁଅନ୍ତି, ଯାହା ନିଜକୁ ପୁନଃ ଆବିଷ୍କାରର ଏକ ଯାତ୍ରାର ରୂପ ନେଇଯାଏ ।

Leave A Reply

Your email address will not be published.