Latest Odisha News

BREAKING NEWS

Air Pollution: ରାଜ୍ୟର ପ୍ରଦୂଷିତ ସହର ତାଲିକା ପ୍ରକାଶ; ଆଶ୍ଚର୍ଯ କରୁଛି ଏକ୍ୟୁଆଇ ରିପୋର୍ଟ

ଅନୁଗୁଳ: ଦିନକୁ ଦିନ ବିଷ ବଳୟ ପାଲଟୁଛି ଓଡିଶାର ଅନୁଗୁଳ ଓ ତାଳଚେର ସହର । ଆଇକ୍ୟୁଏୟାର ପକ୍ଷରୁ ୨୦୨୫ ମସିହା ପାଇଁ ପ୍ରକାଶିତ ପ୍ରଦୂଷିତ ସହର ତାଲିକାରେ ଏହି ଦୁଇ ସହର ଶୀର୍ଷରେ ରହିଛନ୍ତି । ଯାହା ଉଭୟ ସହରବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ଡିସେମ୍ବର ମାସରେ ଏକ୍ୟୁଆଇ ୩୪୬ରେ ପହଞ୍ଚି ଯାଇଥିଲା । ଜାନୁଆରିରେ ସ୍ଥିତି ଅଧିକ ବିଗିଡ଼ିବା ସହ ମାସର ଅଧା ଦିନ ୩ଶହ ଉପରେ ଏକ୍ୟୁଆଇ ରହିଥିଲା । ତାଳଚେର ସହରରେ ଗତ ଜାନୁଆରୀ ୨ରେ ଏକ୍ୟୁଆଇ ୩୮୦ ଛୁଇଁଥିଲା । ଦେଶର ପ୍ରଦୂଷିତ ସହର ତାଲିକାରେ ତାଳଚେର ୧୫ ତମ ସ୍ଥାନରେ ରହିଥିଲା ବେଳେ ଅନୁଗୁଳ ୨୭ତମ ସ୍ଥାନରେ ରହିଛି ।

ପିଏମ୍‌ ୨.୫ ମାତ୍ରା ଆଧାରରେ ହୋଇଥିବା ଏହି ରିପୋର୍ଟ ଅନୁସାରେ, ଲୋନି ଦେଶର ସର୍ବାଧିକ ପ୍ରଦୂଷିତ ସହର ହୋଇଥିଲା ବେଳେ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି । ପ୍ରଦୂଷିତ ସହର ତାଲିକାର ଶୀର୍ଷ ୫୦ ଭିତରେ ଓଡ଼ିଶାର ତାଳଚେର, ଅନୁଗୁଳ ଓ ରାଉରକେଲା ରହିଛି । ଅନୁଗୁଳ ସହରରେ ମଧ୍ୟ ଜାନୁଆରି, ଫେବୃଆରୀ, ମାର୍ଚ୍ଚ, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସରେ ବାୟୁ ପ୍ରଦୂଷଣ ଶୀର୍ଷ ଛୁଇଁଥିଲା ।

Leave A Reply

Your email address will not be published.