Latest Odisha News

BREAKING NEWS

୬ ଏକରରେ ହେଇଥିବା ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ ; ୧୦ ଗିରଫ

ନବରଙ୍ଗପୁର:ନବରଙ୍ଗପୁରଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା। ଜିଲ୍ଲାର ରାଇଘର ଓ କୁନ୍ଦେଇ ଥାନା ଅଞ୍ଚଳରେ ଜିଲ୍ଲା ପୋଲିସ ଚଢ଼ଉ କରି ଉକ୍ତ ଅଞ୍ଚଳରେ ହେଉଥିବା ପ୍ରାୟ ୬ ଏକରରେ ଗଞ୍ଜେଇ ଚାଷକୁ ନଷ୍ଟ କରିଛି ଓ ୧୦ ଜଣଙ୍କୁ ଗିରଫ କରିଛି ।

ନଷ୍ଟ ହେଇଥିବା ଗଛର ସଂଖ୍ୟା ୨୮୩୭ ଓ ଏହାର ଆନୁମାନିକ ମୂଲ୍ୟ ୨୩,୮୭,୦୦୦/- ଟଙ୍କା ହେବ ବୋଲି ସୂଚନା ରହିଛି । ଆଜି ଉମରକୋଟ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଜିଲ୍ଲା ପୋଲିସ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆଦିତ୍ୟ ସେନ ସମସ୍ତ ସୂଚନା ପ୍ରଦାନ କରିଛନ୍ତି।

ଆଜି ରାଇଘର ଥାନା ଅନ୍ତର୍ଗତ ହାତୀଗାଁ ସଂରକ୍ଷିତ ଜଙ୍ଗଲ ଅଧିନରେ ଆସୁଥିବା ନୂଆପାର ଓ କେରମେଟା ଗ୍ରାମ କୁନ୍ଧେଇ ଥାନା ଅନ୍ତର୍ଗତ ଖୁଡ଼ୁକ୍ ସଂରକ୍ଷିତ ଜଙ୍ଗଲ ଅଧିନରେ ଆସୁଥିବା ଖୁଡୁକ୍ ଓ ମ।ଦ।ନଶ୍ରୀ ଗ୍ରାମ ଉପରେ ଚଢ଼ଉ କରି ୬ ଏକର ପଟା ଓ ଜଙ୍ଗଲ ଜମିରେ ଚାଷ ହେଇଥିବା ଗଞ୍ଜେଇ ଚାଷକୁ ସେଠାରେ ହିଁ ସମସ୍ତ ନିୟମ ଅନୁଯାୟୀ ନଷ୍ଟ କରିଛି ପୋଲିସ।

Leave A Reply

Your email address will not be published.