Latest Odisha News

BREAKING NEWS

୨୬ତମ ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା; ଦ୍ୱିତୀୟ ସ୍ଥାନ ଅଧିକାର କଲା ଓଡ଼ିଶା ପୋଲିସ

ଭୁବନେଶ୍ବର: ଗୁରୁଗ୍ରାମ ସ୍ଥିତ ସଆରପିଏଫ୍ ଠାରେ ଆୟୋଜିତ ହୋଇଛି ୨୬ତମ ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା । ମାର୍ଚ୍ଚ ୨୨ରୁ ୩୦ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟ ପୋଲିସ ବାହିନୀମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଓଡ଼ିଶା ପୋଲିସ ଦ୍ୱିତୀୟ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗୌରବ ଆଣିଛି ।

ଓଡ଼ିଶା ପୋଲିସ ରାଇଫଲ ସୁଟିଂ (୭୪୩ ପଏଣ୍ଟ), ପିସ୍ତଲ ସୁଟିଂ (୫୩୧ ପଏଣ୍ଟ )ଏବଂ କାରବାଇନ ସୁଟିଂରେ (୩୨୭ ପଏଣ୍ଟ) ସର୍ବମୋଟ ୧୬୦୧ ପଏଣ୍ଟ ପାଇ ରାଜ୍ୟ ପୋଲିସ ବାହିନୀ ମାନଙ୍କ ମଧ୍ୟରେ ଓଡ଼ିଶା ପୋଲିସ ଟିମ୍ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ।

ଏହି ପ୍ରତିଯୋଗିତାରେ ଓଡ଼ିଶା ପୋଲିସର ସୁଟର ଅକ୍ଷୟ କୁମାର ସାହାଣୀ (S/131) ୩୦୦ ୟାର୍ଡ ସ୍ନାପ୍ (300 yards snap) ବିଭାଗରେ ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ଜିତିଛନ୍ତି । ଶ୍ରୀ ସାହାଣୀ ବର୍ତ୍ତମାନ ଏସଏସବିଏନ (SSBN), ଭୁବନେଶ୍ୱର ଠାରେ କାର୍ଯ୍ୟରତ ଅଛନ୍ତି ।

Leave A Reply

Your email address will not be published.