Latest Odisha News

BREAKING NEWS

ଆଇପିଏଲ: ୧୦ ରେକର୍ଡ କରିଲେ କୋହଲି

ବେଙ୍ଗାଲୁର: ଆଇପିଏଲ ୨୦୨୬ ଆରମ୍ଭ ହୋଇଯାଇଛି । ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଆରସିବି ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ସହଜରେ ପରାଜିତ କରିଛି । ଏହି ମ୍ୟାଚରେ ବିରାଟ କୋହଲି ବିସ୍ଫୋରକ ଅର୍ଦ୍ଧଶତକ କରିଥିଲେ । କୋହଲି ଏଥିସହ ୧୦ ରେକର୍ଡ ମଧ୍ୟ କରିଛନ୍ତି । ଆସନ୍ତୁ ନଜର ପକାଇବା ସେହି ରେକର୍ଡ ଉପରେ… ।
୧. କୋହଲି ଆଇପିଏଲର ପ୍ରଥମ ଖେଳାଳି ଭାବେ ରନ ଚେଜରେ ୪୦୦୦ ରନ ପୂରଣ କରିଛନ୍ତି ।
୨. ହାଇଦ୍ରାବାଦ ବିପକ୍ଷରେ ସେ ସର୍ବାଧିକ ୭ ଥର ୫୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି ।
୩. କୋହଲି ଅପରାଜିତ ୬୯ ରନ କରିବା ସହ ବେଙ୍ଗାଲୁର ପକ୍ଷରୁ ସର୍ବାଧିକ ରନ ସଂଗ୍ରହ କରିଛନ୍ତି ।

୪. ଆଇପିଏଲରେ ବିଜୟ ହାସଲ କରିଥିବା ଟିମ ପକ୍ଷରୁ ସର୍ବାଧିକ ଅର୍ଦ୍ଧଶତକ କୋହଲି କରିଛନ୍ତି । ସେ ୪୨ ଅର୍ଦ୍ଧଶତକ ସହ ଡେଭିଡ ୱାର୍ଣ୍ଣର(୪୧)ଙ୍କୁ ପଛରେ ପକାଇ ଦେଇଛନ୍ତି ।
୫. ୨୪ ଥର ସେ ୫୦ରୁ ଊର୍ଦ୍ଧ୍ୱ ରନ କରି ଅପରାଜିତ ରହିଛନ୍ତି । ଏଭି ଡିଭିଲର୍ସ ଓ ଶିଖର ଧାୱନ ୨୩ ଥର ଅପରାଜିତ ରହିଥିଲେ ।
୬. ସଫଳ ରନ ଚେଜରେ କୋହଲି ସର୍ବାଧିକ ୨୧ ଥର ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ଡେଭିଡ ୱାଣ୍‌ର୍ଣର ଓ ଶିଖର ଧାୱନଙ୍କ ରେକର୍ଡ ଭଙ୍ଗ କରିଛନ୍ତି ।
୭. ଆଇପିଏଲରେ ସର୍ବାଧିକ ଛକା ମାରିଥିବା ଭାରତୀୟ ଓପନ ହୋଇଛନ୍ତି । ସେ ୧୮୨ ଛକା ମାରିଛନ୍ତି । କେଏଲ ରାହୁଲ ୧୭୯ ଛକା ମାରିଥିଲେ ।

୮. ହାଇଦ୍ରାବାଦ ବିପକ୍ଷରେ କୋହଲି ସର୍ବାଧିକ ୮୭୪ ରନ ସଂଗ୍ରହ କରିଛନ୍ତି । ସେ ଏହି ମାମଲାରେ ସଞ୍ଜୁ ସାମସନଙ୍କ ରେକର୍ଡ ଭାଙ୍ଗିଛନ୍ତି ।
୯. ଆଇପିଏଲରେ ସର୍ବାଧିକ ୩୧ ଥର ୧୫୦ରୁ ଊର୍ଦ୍ଧ୍ୱ ଷ୍ଟ୍ରାଇକ ରେଟରେ କୋହଲି ରନ ସଂଗ୍ରହ କରିଛନ୍ତି । ଏହି ରେକର୍ଡ ପୂର୍ବରୁ ରୋହିତ ଶର୍ମାଙ୍କ ନାମରେ ଥିଲା ।
୧୦. ସେ ଆଇପିଏଲରେ ୨୬୦ ଇନିଂସରେ ୭୨ ଥର ୫୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି ।

Leave A Reply

Your email address will not be published.