କେନ୍ଦୁଝର: ରାଜ୍ୟସଭା ଭୋଟ୍ କନ୍ଦଳ ନସରୁଣୁ ପୁଣି ବିଜେଡିକୁ ଲାଗିଛି ଶକ୍ତ ଝଟକା । ଆଜି ବିଜୁ ଜନତା ଦଳର ୯ଜଣ କାଉନସିଲର ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ କେନ୍ଦୁଝରରେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସଙ୍କ ସମେତ ୯ଜଣ ଇସ୍ତଫା ଦେଇଛନ୍ତି । ୨ ସାଧାରଣ ସମ୍ପାଦକ ମଧ୍ୟ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।
ସେମାନେ ନିଜର ଇସ୍ତଫାପତ୍ର ଦଳର ସଭାପତିଙ୍କ ନିକଟକୁ ପଠାଇଛନ୍ତି । ସମୁଦାୟ ୨୧ ଟି ୱାର୍ଡ ବିଶିଷ୍ଠ ଏହି ପୌରପାଳିକାରେ ବିଜେଡିରୁ ୧୩ ଜଣ କାଉନସିଲର ରହିଥିବାବେଳେ ୯ ଜଣ ଇସ୍ତଫା ଦେଇଛନ୍ତି । ଇସ୍ତଫାପତ୍ରରେ ଉଲ୍ଲେଖ ଥିବା ନାମ ଗୁଡିକ ରହିଛି, ବରଦା ପ୍ରସନ୍ନ ଦାସ, ଏସକେ ସାହୁ, ଅଭିନାଶ ମିଶ୍ର, ଦୟାନିଧି ପାତ୍ର, ପଦ୍ନିନୀ ପାତ୍ର, ଭଗବାନ ନାୟକ, କରୁଣାକର, ସବିତା ପଟ୍ଟନାୟକ, ହେମନ୍ତ ପତି, ଶୁଭେନ୍ଦୁ ପଟ୍ଟନାୟକ, ଶରତ ସ୍ୱାଇଁ ।