ବଲାଙ୍ଗୀର: ଗତ ୩ ବର୍ଷ ତଳେ ନକଲି ସୁନା ଆମ୍ବ ଦେଖାଇ ୪ ଲକ୍ଷ ଟଙ୍କା ଠକିନେଇଥିଲେ ଦୁର୍ବୃତ୍ତ। ଏବେ ଠକମାନେ ଧରାପଡିଛନ୍ତି । ଏହି ଠକେଇ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ସଦର ପୋଲିସ । ଗିରଫ ଦୁଇ ଜଣ ହେଲେ ଖପ୍ରାଖୋଲ ଥାନା ଅନ୍ତର୍ଗତ ମାଟିଖାଇ ଗାଁର ତପନେସ୍ୱର ବାଗ ଏବଂ କମଲ ନାଗ।
ସୂଚନାଥାଉକି, ୨୦୨୨ ମସିହାରେ ସୋନପୁର ଜିଲ୍ଲା ଗତରକେଳା ଗାଁର ବଳରାମ ତାଣ୍ଡିଆ ଲିଖିତ ଅଭିଯୋଗ କରିଥିଲେ ଯେ, ଦୁଇଜଣ ବ୍ୟକ୍ତି ନକଲି ସୁନାର ଆମ୍ବ ଦେଖାଇ ଚାରି ଲକ୍ଷ ଟଙ୍କା ଠକି ନେଇଛନ୍ତି । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ଗିରଫ ଦୁଇ ଠକଙ୍କ ଠାରୁ ନଗଦ ୪ ହଜାର ଟଙ୍କା, ମୋବାଇଲ, ବ୍ୟାଙ୍କ ପାସବୁକ ଓ ଦୁଇଟି ବାଇକ ଜବତ କରିଛି ପୋଲିସ। ତେବେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି ସଦର ପୋଲିସ।
ଉଭୟ ଦୁଇ ଗିରଫ ଠକ ଦାଦନ ଶ୍ରମିକ । ସେମାନେ ଠକେଇ କରିବା ପରେ ତାମିଲନାଡୁ ଫେରାର ହୋଇଯାଇଥିଲେ ।