Latest Odisha News

Maoist Surrender:ମହିଳା ମାଓବାଦୀ ମୋଙ୍ଗଡ଼ିଙ୍କ ଆତ୍ମସମର୍ପଣ;ବାଙ୍କୋ ଖଣି ବିସ୍ଫୋରକ ଲୁଟ୍‌ ଘଟଣାରେ ଥିଲେ ଜଡିତ

ରାଉରକେଲା: ଜଣେ ମହିଳା ମାଓବାଦୀ ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସୂଚନାଥାଉକି, ସେ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଥିବା ବାଙ୍କୋ ଖଣିରୁ ୫ ହଜାର କେଜି ବିସ୍ଫୋରକ ଲୁଟ୍ ଘଟଣାରେ ସଂପୃକ୍ତ ଥିଲେ। ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ ମୋଙ୍ଗଡ଼ି ହୁନାଙ୍ଗା ଦକ୍ଷିଣ ଛୋଟନାଗରା ଗୁରିଲା ସ୍କ୍ୱାଡ୍‌ରେ ଥିଲେ ।

ମୋଙ୍ଗଡ଼ି ହୁନାଙ୍ଗା ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ୍ ଅଞ୍ଚଳର ବସିନ୍ଦା। ତାଙ୍କ ନାଁରେ ୪ଟି ମାମଲା ରହିଛି। ଗତ ଦୁଇ ବର୍ଷ ଧରି ମାଓ ସଂଗଠନ ସହ ସେ ଜଡିତ ଥିଲେ।

Leave A Reply

Your email address will not be published.