ନୂଆଦିଲ୍ଲୀ: ଆଇପିଏଲରେ କୋଲକାତା ନାଇଟ ରାଇଡର୍ସକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ତାର ଅଭିଯାନ ଆରମ୍ଭ କରିଛି । ୧୪ ବର୍ଷ ପରେ ମୁମ୍ବାଇ ସିଜନର ଓପନିଂ ମ୍ୟାଚରେ ବିଜୟ ହାସଲ କରିଛି । ମ୍ୟାଚ ଶେଷ ହେବା ପରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି । ମୁମ୍ବାଇର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନିକଟକୁ କେକେଆରର ଉପ ଅଧିନାୟକ ରିଙ୍କୁ ସିଂ ଯାଇଥିଲେ । ସେ ତାଙ୍କ ହାତରୁ ବ୍ୟାଟ ନେଇ କିଛି ସମୟ ଦେଖିଥିଲେ । ଏହା ପରେ ହଠାତ ବ୍ୟାଟକୁ ନେଇ ପଳାଇଥିଲେ । ହାର୍ଦ୍ଦିକ ବ୍ୟସ୍ତ ହୋଇ ରିଙ୍କୁଙ୍କୁ ଖୋଜିଥିଲେ ଏବଂ ପାଇ ନ ଥିଲେ ।
ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଏହି ମ୍ୟାଚରେ ରୋହିତ ଶର୍ମା ଓ ର୍ୟାନ ରିକେଲଟେନଙ୍କ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ ବଳରେ ମୁମ୍ବାଇ ୬ ୱିକେଟରେ ୨୨୧ ରନର ଲକ୍ଷ୍ୟ ହାସଲ କରି ନେଇଥିଲା । ଏହି ହାଇସ୍କୋରିଂ ମ୍ୟାଚ ବୋଲରଙ୍କ ପାଇଁ ଏକପ୍ରକାର ଦୁଃସ୍ୱପ୍ନ ସାଜିଥିଲା । ମୁମ୍ବାଇର ଯଶପ୍ରୀତ ବୁମରାହଙ୍କ ଛାଡିଦେଲେ ଅନ୍ୟ ସମସ୍ତ ବୋଲର ଅଧିକ ରନ ବ୍ୟୟ କରିଥିଲେ ।