Latest Odisha News

BREAKING NEWS

ଗ୍ୟାସ ସିଲିଣ୍ଡର୍ କଳାବଜାରୀ ରୋକିବାକୁ ପ୍ରଶାସନ ପକ୍ଷରୁ ଚଢ଼ାଉ

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦେଶ ତଥା ରାଜ୍ୟରେ ରନ୍ଧନ ଗ୍ୟାସ୍‌ ଓ ପେଟ୍ରୋଲିଅମ୍‌ ଆଦିର ନିଅଣ୍ଟିଆ ସ୍ଥିତି ଦେଖାଦେଇଛି। ଏହାର ଫାଇଦା ଉଠାଉଛନ୍ତି କେତେକ ଅସାଧୁ ବ୍ୟବସାୟୀ। ଏହାକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଗ୍ୟାସ ସିଲିଣ୍ଡର୍ କଳାବଜାରୀ ରୋକିବାକୁ ପ୍ରଶାସନ ପକ୍ଷରୁ ଚଢ଼ାଉ। ୨୯ଟି ଘରୋଇ ଓ ୯ ଟି ବ୍ୟବସାୟିକ ଖାଲି ସିଲିଣ୍ଡର ଜବତ କରାଯାଇଛି।

ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଭାରତକୁ ଗ୍ୟାସ ଯୋଗାଣ ବାଧା ପ୍ରାପ୍ତ ହୋଇଛି ଓ ଏହାର ସୁଯୋଗ ନେଇ କିଛି ବ୍ୟବସାୟୀ କଳାବଜାରୀ କରୁଛନ୍ତି। ଏହାକୁ ରୋକିବା ପାଇଁ ଗତକାଲି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମଥର ପାଇଁ ଉମରକୋଟ ସହରରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ସହରର କିଛି ହୋଟେଲ ଓ ଘରେ ଚଢ଼ାଉ କରାଯାଇଥିଲା ଓ ୨୯ଟି ଘରୋଇ ଓ ୯ଟି ବ୍ୟବସାୟିକ ଖାଲି ସିଲିଣ୍ଡରକୁ ଜବତ କରାଯାଇଛି।

ଯେଉଁ ବ୍ୟକ୍ତି ମାନଙ୍କଠାରୁ ଖାଲି ସିଲିଣ୍ଡର୍ ଜବତ କରାଯାଇଛି ସେମାନେ ଯଦି ଉପଯୁକ୍ତ ପ୍ରମାଣ ପତ୍ର ଦେଖାଇବେ ତେବେ ସେମାନଙ୍କୁ ସିଲିଣ୍ଡର୍ ଗୁଡ଼ିକ ଫେରାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ସନ୍ତୋଷୀ ନଗର ଠାରେ ଏକ ବନ୍ଦ କୋଠରିରେ ଗ୍ୟାସ ଥିବା ସୂଚନା ପାଇ ପ୍ରଶାସନକ ଅଧିକାରୀମାନେ ସେଠାରେ ପହଞ୍ଚିବା ବେଳକୁ ସେଠାରେ ଚାବି ପଡ଼ିଥିଲା। ଗ୍ୟାସ ଥିବା ସନ୍ଦେହ କରି ଉକ୍ତ କୋଠରୀକୁ ସିଲ୍ କରି ଦିଆଯାଇଛି। ପୋଲିସର ଉପସ୍ଥିତିରେ ଚାବି ଖୋଲାଯିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.