Latest Odisha News

BREAKING NEWS

ସାମ୍ଭାଜୀ ମହାରାଜାଙ୍କ ପୁଅ ଭୂମିକା କରିବେ ଭିକ୍କି କୌଶଲ

ମୁମ୍ବାଇ: ଛାବା ଫିଲ୍ମ ମାଧ୍ୟମରେ ଭିକ୍କି କୌଶଲ ବେଶ ପ୍ରଶଂସିତ ହୋଇଥିଲେ । ସାମ୍ଭାଜୀ ମହାରାଜାଙ୍କ ଜୀବନ୍ତ ଅଭିନୟ ଏବେ ବି ପ୍ରଶଂସକଙ୍କ ମନରୁ ଲିଭି ନାହିଁ । ରିପୋର୍ଟ ମୁତାବକ ଭିକ୍କି ଏବଂ ଛାବାର ନିର୍ଦ୍ଦେଶକ ଲକ୍ଷ୍ମଣ ଉତେରକର ପୂନର୍ବାର ଆଉ ଏକ ଐତିହାସିକ ଡ୍ରାମା ନେଇ ଆସୁଛନ୍ତି । ସାମ୍ଭାଜୀ ମହାରାଜାଙ୍କ ପୁଅ ସାହୁ ମହାରାଜାଙ୍କ ଉପରେ ଏହା ଆଧାରିତ ହେବ । ସାମ୍ଭାଜୀଙ୍କ ମୃତ୍ୟୁ ପରେ ମୋଗଲଙ୍କ କବଳରେ ସାହୁ ମହାରାଜା ରହିଥିଲେ । ଔରଙ୍ଗଜେବଙ୍କ ମୃତ୍ୟୁ ପରେ ତାଙ୍କୁ ଛାଡି ଦିଆ ଯାଇଥିଲା । ସେ ପୂନର୍ବାର ସମସ୍ତଙ୍କୁ ସଂଗଠିତ କରି ପୂନର୍ବାର ରାଜା ହୋଇଥିଲେ ।

ଫିଲ୍ମ ବିଧିବଦ୍ଧ ଭାବେ ଘୋଷଣା ହୋଇ ନ ଥିଲେ ମଧ୍ୟ ପ୍ରଶଂସକଙ୍କ ଉତ୍କଣ୍ଠା ବୃଦ୍ଧି ପାଇଛି । ଯଦି ସବୁ କିଛି ଠିକଠାକ ରୁହେ ତେବେ ଫିଲ୍ମ ୨୦୨୭ ଶେଷରେ କିମ୍ବା ୨୦୨୮ ଆରମ୍ଭରେ ଫ୍ଲୋରକୁ ଯିବ । ଭିକ୍କି ଏବେ ସଞ୍ଜୟ ଲୀଲା ଭନ୍ସାଲୀଙ୍କ ଲଭ ଆଣ୍ଡ ୱାର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ପରେ ସେ ମହାବତାର ନରସିଂହରେ କାମ କରିବେ । ଅପରପକ୍ଷରେ ଶ୍ରଦ୍ଧା କାପୁରଙ୍କ ସହ ଲକ୍ଷ୍ମଣ ଏଥା ଫିଲ୍ମରେ କାମ କରୁଛନ୍ତି ।

Leave A Reply

Your email address will not be published.