Latest Odisha News

BREAKING NEWS

ଜଣେ ବି ଚାଷୀର ଧାନ ରହିବ ନାହିଁ, ସବୁ ଧାନ କିଣା ଯିବ: ମନ୍ତ୍ରୀ

ଭୁବନେଶ୍ଵର: ଚଳିତ ଖରିଫ ଋତୁରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି । ୧୮ ଲକ୍ଷ ୬୪ ହଜାର ଚାଷୀ ଧାନ ବିକ୍ରି କରି ସାରିଛନ୍ତି । ଏଯାବତ୍ ୭୭ ଲକ୍ଷ ମେଟ୍ରିକ ଟନ୍ ଧାନ କିଣା ସରିଛି । ଚାଷୀଙ୍କ ଧାନ କିଣିବାକୁ ୭ ଦିନ ଅବଧି ବୃଦ୍ଧି କରିଛନ୍ତି ସରକାର ବୋଲି ଆଜି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।

ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ ସରକାର ଚାଷୀମାନଙ୍କର ସବୁ ଧାନ ଉଠାଇବେ । ଯେଉଁ ଚାଷୀ ଧାନ ବିକି ନାହାନ୍ତି, ଏବେ ସେମାନଙ୍କ ପାଖରେ ଥିବା ବଳକା ଧାନକୁ ବିକ୍ରି କରିପାରିବେ । ମିଲ୍‌ ରେ ଜାଗାର ଅଭାବ ପାଇଁ ଧାନ କିଣା ପ୍ରକ୍ରିୟା ଟିକେ ବିଳମ୍ବ ହୋଇଥିଲା । ଜଣେ ବି ଚାଷୀର ଧାନ ରହିବ ନାହିଁ । ସରକାର୍ ସମସ୍ତ ଧନ ଉଠାଇବେ। ଆସନ୍ତାବର୍ଷକୁ ଏପରି ସମସ୍ୟା ଯେପରି ନହେବ ସେନେଇ ସରକାର ବ୍ୟବସ୍ଥା କରୁଥିବା ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.