ନୂଆଦିଲ୍ଲୀ: ରଣବୀର କାପୁରଙ୍କ ଆଗାମୀ ଫିଲ୍ମ ରାମାୟଣ ଫିଲ୍ମର ଟିଜର ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଫିଲ୍ମର ରିଲିଜକୁ ଦର୍ଶକମାନେ ଏବେଠାରୁ ଉତ୍କଣ୍ଠା ସହକାରେ ଅପେକ୍ଷା କରିଛନ୍ତି । ଇତି ମଧ୍ୟରେ ଏହାର ମେକର୍ସଙ୍କୁ ୭୦୦ କୋଟି ଟଙ୍କାର ବଡ ଅଫର ମିଳିଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । ରାମାୟଣ ଫିଲ୍ମ ୨ଟି ପାର୍ଟରେ ୪୦୦୦ କୋଟି ବଜେଟରେ ନିିର୍ମିତ ହେଉଛି । ଏହା ପୂର୍ବରୁ ଓଟିଟି ରାଇଟ୍ସ ପାଇଁ ନମିତ ମାଲହୋତ୍ରାଙ୍କୁ ଏହି ଅଫର ମିଳିଥିଲା । ସେ ମନା କରି ଦେଇଛନ୍ତି ।
ରାମାୟଣର ପ୍ରଥମ ପାର୍ଟ ରିଲିଜ ହେବା ପରେ ଏହା ଓଟିଟି ପ୍ଲାଟଫର୍ମକୁ ଆସିବ । ପୂର୍ବରୁ ରାଇଟ୍ସ ଦେବା ପାଇଁ ମେକର୍ସ ରାଜି ନାହାନ୍ତି । ଅନ୍ୟ ଏକ ରିପୋର୍ଟ ଅନୁସାରେ ନମିତ ଅତି କମରେ ୧୦୦୦ କୋଟି ଚାହୁଁଛନ୍ତି । ଯାହାକି ଏ ପର୍ଯ୍ୟନ୍ତ ଅଫର ହୋଇନି । ପ୍ରଥମ ପାର୍ଟ ଦୀପାବଳୀ ଅବସରରେ ରିଲିଜ ହେବ । ସେହିପରି ଏହାର ଦ୍ୱିତୀୟ ଭାଗ ଆସନ୍ତା ବର୍ଷ ଦୀପାବଳୀରେ ପରଦାକୁ ଆସିବ । ରାମାୟଣକୁ ସମ୍ପୂର୍ଣ୍ଣ ଅତ୍ୟାଧୂନିକ ଟୋକ୍ନୋଲୋଜି ମାଧ୍ୟମରେ ନମିତ ଦର୍ଶକଙ୍କ ସମ୍ମୁଖକୁ ଆଣିବାକୁ ଯାଉଛନ୍ତି ।