ନୂଆଦିଲ୍ଲୀ: ୨୦୧୧ ବିଶ୍ୱକପ ହୀରୋ ଯୁବରାଜ ସିଂ ଏକ ସାକ୍ଷାତକାରରେ କେତେକ ରହସ୍ୟ ଉପରୁ ପରଦା ଉଠାଇଛନ୍ତି । ମୁଁ ଜଣେ ସିନିୟର ଖେଳାଳି ହେବା ସତ୍ୱେ କ୍ୟାରିୟରର ଶେଷ ଭାଗରେ ଟିମରେ ନିଆଯିବ କି ନାହିଁ ସେ ନେଇ କୋଚ କିମ୍ବା ଅଧିନାୟକ ଖୁଲାସା କରି ନ ଥିଲେ । ଯୁବରାଜଙ୍କ ଏହି ବୟାନ ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି । ମହେନ୍ଦ୍ର ସିଂ ଧୋନୀ ମୋତେ ସ୍ପଷ୍ଟ ଭାବେ କହିଥିଲେ, ସେମାନେ ଆଗ ବଢ଼ିବାକୁ ଚାହୁଁଛନ୍ତି । ତୁମ ନାମ ଆଲୋଚନା ପରିସରକୁ ମଧ୍ୟ ଆସୁ ନାହିଁ । ଏହା ପରେ ମୁଁ ଚିନ୍ତା କରିଥିଲି ଏବଂ ୧୦ ଜୁନ ୨୦୧୯ରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲି ।
ସେମାନେ ସିଧାସଳଖ ନୁହେଁ ପରୋକ୍ଷ ଭାବେ ମୋ ଉପରେ ଅବସର ନେବା ପାଇଁ ଚାପ ପକାଇଥିଲେ । ଏବେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ଚୟନ କମିଟି ସ୍ପଷ୍ଟ ମ୍ୟାସେଜ ଦେବା ଉଚିତ ବୋଲି ଯୁବରାଜ କହିଛନ୍ତି । ଯୁବରାଜ ଭାରତ ପକ୍ଷରୁ ୩୦୪ ଦିିନିକିଆ, ୫୮ଟି୨୦ ଓ ୪୦ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ୨୦୦୭ ଓ ୨୦୧୧ ବିଶ୍ୱକପ ବିଜୟୀ ଦଳର ସେ ସଦସ୍ୟ ଥିଲେ । ସେ କର୍କଟ ରୋଗରୁ ସମ୍ପୂର୍ଣ୍ଣ ଭାବେ ମୁକୁଳିବା ପରେ ୨୦୧୨ରେ ପୂନର୍ବାର ଜାତୀୟ ଦଳକୁ ଫେରିଥିଲେ । ତେବେ ଯୁବିଙ୍କ ନିକଟରେ କିନ୍ତୁ ପୂର୍ବ ଭଳି ଖେଳ ନ ଥିଲା । ସେ ୩୦ ଦିିନିକିଆ ଖେଳି ଗୋଟିଏ ଶତକ ମାରିବାରେ ସଫଳ ହୋଇଥିଲେ ।