କଟକ: ଭାରତୀୟ ସେନାର ଅଗ୍ନିପଥ ଯୋଜନା ଏବଂ ରେଗୁଲାର କ୍ୟାଡରର ନିଯୁକ୍ତି ପାଇଁ ହେବାକୁ ଥିବା ଅନ୍ଲାଇନ ଏକକ ପ୍ରବେଶିକା ପରୀକ୍ଷା (ସିଇଇ)ର ପଞ୍ଜୀକରଣ ଅବଧି ବୃଦ୍ଧି ହୋଇଛି । ଏହି ପରୀକ୍ଷା ନିମନ୍ତେ ଆଶାୟୀମାନେ ଆସନ୍ତା ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ କରିପାରିବେ ବୋଲି ସୂଚନା ରହିଛି ।
ତେବେ ପୂର୍ବରୁ ଏହି ପ୍ରବେଶିକା ପରୀକ୍ଷା ପାଇଁ ପଞ୍ଜୀକରଣ ଫେବୃଆରୀ ୧୩ରୁ ଆରମ୍ଭ ହୋଇଥିଲାବେଳେ ଶେଷ ତାରିଖ ଏପ୍ରିଲ ୧ ପର୍ଯ୍ୟନ୍ତ ରହିଥିଲା । ହେଲେ ଏହାର ଅବଧିକୁ ପୁଣି ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।
କଟକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ବାଲେଶ୍ବର, ଖୋର୍ଦ୍ଧା, ଯାଜପୁର, ପୁରୀ ଏବଂ ଭଦ୍ରକ ଜିଲ୍ଲାରୁ ଥିବା ଆଶାୟୀଙ୍କର ଏହି ପଞ୍ଜୀକରଣ କ୍ଷେତ୍ରରେ ଯଦି କୌଣସି ସମସ୍ୟା ରହିଛି କିମ୍ବା ସୂଚନା ପାଇବାକୁ ଚାହୁଁଥିବେ ତା’ହେଲେ କଟକ ବକ୍ସିବଜାର କ୍ୟାଣ୍ଟନମେଣ୍ଟ ରୋଡ୍ ସ୍ଥିତ ସେନା ନିଯୁକ୍ତି କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି ।