Latest Odisha News

BREAKING NEWS

ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ

ଯାଜପୁର: ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟରେ ଗୁଳିକାଣ୍ଡ । ଜଣେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତକ କୁଆଁସରପୁର ଅଞ୍ଚଳର ସୋମ୍ୟ ରଞ୍ଜନ ସାମଲ ବୋଲି ଜଣାପଡିଛି ।

ସୋମବାର ରାତିରେ ଯାଜପୁର ସହରର କାଳିମେଘା ନିକଟରେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ତେବେ ଗୁଳିମାଡ଼ରେ ଯୁବକଜଣଙ୍କ ଗୁରୁତର ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ କଟକରେ ତାଙ୍କର ମୃତ୍ୟୁ ହୋଇଛି ।

ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏବଂ କିଏ ଏହି ଗୁଳିକାଣ୍ଡ କରିଛି ତାହା ମଧ୍ୟ୍ୟ ଜଣାପଡି ନାହିଁ । ଯାଜପୁର ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.