ଢ଼ାକା: ବାଂଲାଦେଶ କ୍ରିକେଟ ଏବେ ବାରମ୍ବାର ଅନାବଶ୍ୟକ କାରଣ ନେଇ ଚର୍ଚ୍ଚାରେ ରହୁଛି । ରିପୋର୍ଟ ମୁତାବକ ବାଂଲାଦେଶର ୭ ଜଣ କ୍ରିକେଟର ମ୍ୟାଚ ଫିକ୍ସିଂ ଅଭିଯୋଗ ପରେ ଦୋଷୀ ସାବ୍ୟସ୍ତ ହେବା ଯୋଗୁ ବାସନ୍ଦ ହୋଇଛନ୍ତି । ସିଜେକେଏସ ଟ୍ୟାଲେଂଟ କପ ୨୦୨୬ ଅବସରରେ ସାକିବ ହୁସେନ, ଅବଦୁଲ୍ଲ ଆଲାମ, ଓମାର ଫାରୁକ, ତିନ ଧାର, ମାହୀର ଅନୱର, ମହମ୍ମଦ ଇକବାଲ ଓ ନଜମୁଲ ଇସଲାମ ମ୍ୟାଚ ଫିକ୍ସିଂରେ ସାମିଲ ଥିଲେ । ସେମାନେ ଯେଉଁ ଭଳି ଢ଼ଙ୍ଗରେ ଆଉଟ ହୋଇଥିଲେ ତାହା ସନ୍ଦେହ ସୃଷ୍ଟି କରିଥିଲା ।
ଏହି ୭ଜଣ ଖେଳାଳିଙ୍କ ବ୍ୟତୀତ କୋଚ ଅନିମୁଲ ହକଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସମସ୍ତ କ୍ରିକେଟ ଆକ୍ଟଭିଟ ଉପରେ ରୋକ ଲଗାଯାଇଛି । ବାଂଲାଦେଶ ପ୍ରିମିୟର ଲିଗ ପରେ ଏହି ମ୍ୟାଚ ଫିକ୍ସିଂ ସ୍କାଣ୍ଡାଲର ଉଜାଗର ହୋଇଥିଲା । ଶିଲହଟର ଏକ ହୋଟେଲରେ ଖେଳାଳିମାନେ ଫିକ୍ସରଙ୍କ ସହ ଏକ ବୈଠକ କରିଥିଲେ । ବାଂଲାଦେଶ ସରକାର ଇତି ମଧ୍ୟରେ ବିସିବି ଅଧ୍ୟକ୍ଷ ଅନୀମୁଲ ଇସଲାମ ବୁଲବୁଲଙ୍କୁ ତାଙ୍କ ପଦରୁ ହଟେଇ ଦେଇଛନ୍ତି । ଏବେ ତାମୀମ ଇକବାଲଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି ।