Latest Odisha News

BREAKING NEWS

ଖୁବଶୀଘ୍ର ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ: ବଣ୍ଟନ ପ୍ରକ୍ରିୟା ଶେଷ ପାଇଁ ଓସେପାର ନିର୍ଦ୍ଦେଶ

ଭୁବନେଶ୍ୱର: ସମସ୍ତ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଓସେପାର ନିର୍ଦ୍ଦେଶ । ଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଦେବାକୁ ନିର୍ଦ୍ଦେଶ। ଖରାଛୁଟି ଆରମ୍ଭ ହେବା ପୂର୍ବରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବଣ୍ଟାଯିବ ୟୁନିଫର୍ମ। ୟୁନିଫର୍ମ ବଣ୍ଟନ ପ୍ରକ୍ରିୟା ଶେଷ ପାଇଁ ଓସେପା ଦେଇଛି ନିର୍ଦ୍ଦେଶ।

ଶିଶୁବାଟିକାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ ୟୁନିଫର୍ମ ବଣ୍ଟନ କରାଯିବ । ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ୨୦୨୫-୨୬ ବର୍ଷ ପାଇଁ ଚୟନ ହୋଇଥିବା ସମାନ ଏଜେନ୍ସି ଏବଂ ସପ୍ଲାଏର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୟୁନିଫର୍ମ ଯୋଗାଇବେ । ଗତବର୍ଷ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ବଣ୍ଟନରେ ଅହେତୁକ ବିଳମ୍ୱ ପରେ ଏବେ ଆଗୁଆ ସତର୍କ ହୋଇଛି ଓସେପା ।

ବିଭିନ୍ନ ଗଣମାଧ୍ୟରେ ପୋଷାକ ବଣ୍ଟନ ବିଳମ୍ୱ ନେଇ ଖବର ପ୍ରସାରଣ ପରେ ତତ୍ପରତା ପାଇଥିଲା । ବିଶେଷ କରି ଗତ ବର୍ଷ ୟୁନିଫର୍ମ ଯୋଗାଣ ପାଇଁ ଏଜେନ୍ସି ଓ ସପ୍ଲାଏୟର ଚୟନରେ ବିଳମ୍ୱ ହୋଇଥିବାରୁ ଏଥର ସେହି ଏଜେନ୍ସି ଓ ସପ୍ଲାଇୟରଙ୍କୁ ପୋଷାକ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.