Latest Odisha News

BREAKING NEWS

ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ କ୍ଷମା ମାଗିଲେ ନୁୱାନ ଥୁସାରା

କଲମ୍ବୋ: ପେସ ବୋଲର ନୁୱାନ ଥୁଷାରା ଶୁକ୍ରବାର ଶ୍ରୀଲଙ୍କା ବୋର୍ଡ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ଏଥିସହ ସେ ବୋର୍ଡ ବିରୋଧରେ କରିଥିବା କେସକୁ ମଧ୍ୟ ପ୍ରତ୍ୟାହାର କରି ନେଇଛନ୍ତି । ନୁୱାନ ନାଟକୀୟ ୟୁଟର୍ଣ୍ଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଫିଟନେସ ଟେଷ୍ଟ ଦେଇ ନ ଥିବାରୁ ବୋର୍ଡ ଥୁଷାରାଙ୍କୁ ଏନଓସି ଦେଇ ନ ଥିଲା । ସୂଚନାଯୋଗ୍ୟ, ଶ୍ରୀଲଙ୍କା ବୋର୍ଡ ପୂର୍ବରୁ ସ୍ପଷ୍ଟ କରିଛି ଯେଉଁ ଖେଳାଳି ଫିଟନେସ ଟେଷ୍ଟ ନ ଦେବ ତାଙ୍କୁ ବିଦେଶୀ ଲିଗରେ ଖେଳିବା ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ । ଏବେ ଥୁଷାରା କ୍ଷମା ପ୍ରାର୍ଥନା କରିବା ସହ ବୋର୍ଡକୁ ହଇରାଣ କରିବେ ନାହିଁ ବୋଲି କହିଛନ୍ତି ।

ଏପ୍ରିଲ ୨୩ରେ ହେବାକୁ ଥିବା ପରବର୍ତୀ ଶୁଣାଣୀ ପୂର୍ବରୁ ସେ ନରମ ପଡିଛନ୍ତି । ଫିଟନେସ ଟେଷ୍ଟ ପାସ କରି ପାଥୁମ ନିଶାଙ୍କା ଓ ଦାସୁନ ଶନକା ଏବେ ଆଇପିଏଲରେ ଖେଳୁଛନ୍ତି । ମାଥୀଷା ପାଥିରାନା ଓ ଥୁଷାରା ଏ ପର୍ଯ୍ୟନ୍ତ ଭାରତରେ ପଂହଚି ନାହାନ୍ତି । ସେହିପରି ୱାନିନ୍ଦୁ ହସରଙ୍ଗା ଆଇପିଏଲରୁ ଓହରି ଯାଇଛନ୍ତି । ହସରଙ୍ଗାଙ୍କ ବଦଳରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ଦକ୍ଷିଣ ଆଫ୍ରିକା ସ୍ପିନର ଜର୍ଜ ଲିଣ୍ଡେଙ୍କୁ ଦଳରେ ସାମିଲ କରିଛି ।

Leave A Reply

Your email address will not be published.