ପୁରୀ:କଡା ସୁରକ୍ଷା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ତୃତୀୟ ଦିବସରେ ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି ପ୍ରକ୍ରିୟା କରାଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବାହାର ରତ୍ନ ଭଣ୍ଡାର ଖୋଲାଯାଇଥିଲା , ବାହାର ରତ୍ନ ଭଣ୍ଡାରରୁ ଭଣ୍ଡାର ମେକାପ ଯୋଗାଉଥିବା ଅଳଙ୍କାର ଆଦିର ଗଣତି ପ୍ରକ୍ରିୟାରେ ସାମିଲ ବଣିଆ ସଦସ୍ୟ, ଜେମୋଲୋଜିଷ୍ଟ ଏବଂ ଓଜନମାପ ଅଧିକାରୀ ସଦସ୍ୟ ବୃନ୍ଦଙ୍କ ଯାଞ୍ଚ ପୂର୍ବକ ସଠିକ୍ ଢଙ୍ଗରେ ସମସ୍ତ ପ୍ରକ୍ରିୟା କରାଯାଇଥିଲା। ଆଜିର ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା ଶେଷ ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରତ୍ନ ଭଣ୍ଡାର ଦ୍ୱାର ବନ୍ଦ କରାଯାଇ ମୁଦ ଦିଆଯାଇଥିଲା ।ଉକ୍ତ ପ୍ରକ୍ରିୟାର ସମସ୍ତ ରେକଡିଂ ଡାଟା ଚିପ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶାଖା କାର୍ଯ୍ୟାଳୟ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ରଖାଯାଇଥିଲା।
ଗଣତି ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି , ପୂବାହ୍ନ ୧୧ ଟା ୨୫ ମିନିଟ୍ରେ ରତ୍ନ ବାହାର ରତ୍ନ ଭଣ୍ଡାର ଦ୍ୱାର ଖୋଲିଥିଲା। ଖୋଲିବ ସମୟରେ ଗଜପତି ମହାରାଜଙ୍କ ପ୍ରତିନିଧି , ଭଣ୍ଡାର ମେକାପ ଏବଂ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ପରେ ଗଣତି ପକ୍ରିୟା ଆରମ୍ଭ ହୋଇଥିଲା। ପାଖାପାଖି ୭ ଘଣ୍ଟା୧୦ ମିନିଟ୍ ଧରି ଗଣତି କାର୍ଯ୍ୟ କରାଯାଇଥିଲା।ସନ୍ଧ୍ୟା ୬ ଟା ୩୫ ମିନିଟ୍ ପର୍ଯ୍ୟନ୍ତ ଗଣତି ମଣତି କରାଯାଇଥିଲା। ମଝିରେ ନୀତି କ୍ରାନ୍ତି ପାଇଁ କିଛି ସମୟ ବିରତି ରହିଥିଲା। ଯେଉଁ ଅଳଙ୍କାର ଗୁଡିକରେ ମୋତି ମାଣିକ ରହିଛି ତାହାର ଚିହ୍ନଟ କରିବା ପାଇଁ ବିଷାରଦ ମାନେ ସହଯୋଗ କରୁଛନ୍ତି। ସମସ୍ତ ଅଳଙ୍କାର ଗୁଡିକର ଭିଡିଓ ଗ୍ରାଫି , ଫୋଟଗ୍ରାଫି , ଥ୍ରିଡି ମ୍ୟାପିଂ କରାଯାଉଛି। ଅନେକ ଅଳଙ୍କାର ଗୁଡିକର ଗଣତି ହୋଇସାରିଛି। ଆସନ୍ତାକାଲି ବାହର ରତ୍ନ ଭଣ୍ଡାରର ଅଳଙ୍କାର ଗଣତି ସମାପ୍ତ ହୋଇପାରିବ ବୋଲି ଆଶା ରହିଛି। ଯଦି ମହାପ୍ରଭୁଙ୍କ କୃପା ହୁଏ।
ଆହୁରି ମଧ୍ୟ ସେ କହିଛନ୍ତି,ବାହାର ରତ୍ନ ଭଣ୍ଡାର ସରିଗଲା ପରେ କାଲି ଚଳନ୍ତି ଭଣ୍ଡାର ଅଳଙ୍କାରର କିଛି ଥ୍ରି ଡି ମାପିଂ ବାକି ରହିଥିଲା ତାହା କରାଯିବ। ଯଦି ଶନିବାର ବାହାର ରତ୍ନ ଭଣ୍ଡାର ଗଣତି ଶେଷ ହୋଇଯାଉଛି ତେବେ ସୋମବାର ୧୩ ତାରିଖରେ ଭିତର ରତ୍ନ ଭଣ୍ଡାରର ଗଣତି ପକ୍ରିୟା ଆରମ୍ଭ ହେବ। ୧୪ ତାରିଖ ପଣା ସଂକ୍ରାନ୍ତି ଓ ୧୫ ତାରିଖ କିଛି ନୀତି ଥିବାରୁ ଦୁଇ ଦିନ କାର୍ଯ୍ୟ ବନ୍ଦ ରହିବ। ୧୬ ରୁ ୧୮ ତାରିଖ ପୁନଃବାର ଗଣନ୍ତି ପକ୍ରିୟା ଆରମ୍ଭ ହେବ। ସମୟ ସାପେକ୍ଷ କାର୍ଯ୍ୟ ଅଟେ। ତେଣୁ କାର୍ଯ୍ୟରେ ସମୟ ଲାଗିବ। ଭକ୍ତ ମାନଙ୍କ ଦର୍ଶନ ଭଲରେ ହେଉଛି। ବାହାର କାଠ ଠାରେ ଭକ୍ତ ମାନେ ଦର୍ଶନ କରୁଛନ୍ତି। ଉତ୍ତମ ସମନ୍ୱୟରେ ଗଣତି କାର୍ଯ୍ୟ କରାଯାଉଛି। ସରକାରଙ୍କ ମାର୍ଗଦଶିକା ଅନୁସାରେ କାର୍ଯ୍ୟ କରାଯାଉଛି ।