Latest Odisha News

BREAKING NEWS

ଅଜିଠୁ କଲବଲ କରିବ ତାତି: ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ହିଟୱେଭ୍‌ ନେଇ SRCର ସତର୍କତା

ଭୁବନେଶ୍ୱର: ଏପ୍ରିଲ୍ ଦ୍ୱିତୀୟ ସପ୍ତାହ ଆରମ୍ଭ ହେବା ସହିତ ପାଗ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଛି। ସୂର୍ଯ୍ୟ ଏବେ ଉତ୍ତର ଭାରତରେ ସିଧାସଳଖ ଉପର ମୁଣ୍ଡରେ ଅଛି ଏବଂ ଅପରାହ୍ନର ଗରମ ଲୋକଙ୍କୁ ଜ୍ୱଳାଉଛନ୍ତି। ଅଜିଠୁ କଲବଲ କରିବ ତାତି। ପଶ୍ଚିମରେ ତାତି, ଉପକୂଳରେ ଗୁଳୁଗୁଳିରେ ସନ୍ତୁଳି ହେବ ଓଡିଶା। ସମ୍ବଲପୁର, ବଲାଙ୍ଗୀର, ବରଗଡ଼ ଓ ଝାରସୁଗୁଡାରେ ୪୦ ଡିଗ୍ରୀ ଛୁଇପାରେ ପାରଦ। ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ୧୫ରୁ ଭୟଙ୍କର ହେବ ଖରା।

୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ପାଖ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳି ଏବଂ ୧୩ ଓ ୧୪ ତାରିଖରେ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ବା ହିଟ୍ ୱେଭ ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରାଯାଇଛି । ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି । ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ବାହାରକୁ ଯିବାବେଳେ ଲୋକେ ସତର୍କ ରହିବା ନେଇ ପରାମର୍ଶ ଦେଇଛନ୍ତି ଏସଆରସି।

୧୩ ତାରିଖବେଳକୁ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଛୁଇଁପାରେ । ଉପକୂଳ ଓଡ଼ିଶାରେ ପାରଦ ୩୫-୩୭ ଡିଗ୍ରୀ ରହିପାରେ । ଭୁବନେଶ୍ୱର ଓ କଟକରେ ପାରଦ ୧୪ ତାରିଖ ବେଳକୁ ୩୭ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ଉପକୂଳରେ ଆର୍ଦ୍ରତା ପରିମାଣ ପ୍ରାୟ ୭୫% ରହିବ । ତେଣୁ ଅସହ୍ୟ ଗୁଳୁଗୁଳି ହେବ । ଆଭ୍ୟନ୍ତରୀଣ ଓଡ଼ିଶାରେ ତତଲା ପବନ ପ୍ରବାହିତ ହେବ । ଦିନ ଓ ରାତି ତାପମାତ୍ରାରେ ଫରକ ବହୁ ଅଧିକ ରହିବ । ଆଗାମୀ ୨୪ ଘଣ୍ଟା ପରେ କାଳବୈଶାଖୀ ସମ୍ଭାବନା କମିଯିବ ।

Leave A Reply

Your email address will not be published.